Tuesday, December 3, 2024
spot_imgspot_imgspot_img
Homeରାଜନୀତିବରପାଲିରେ ବିଜେଡି ଜନସମ୍ପର୍କ ପଦଯାତ୍ରା।

ବରପାଲିରେ ବିଜେଡି ଜନସମ୍ପର୍କ ପଦଯାତ୍ରା।

ବରପାଲି-ବରପାଲି ଠାରେ ବିଜେପୁର ନିର୍ବାଚନ ମଣ୍ତଳି ସ୍ତରିୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଦଳିୟ ତୁଙ୍ଗ ନେତୃମଣ୍ତଳି ଗତ ନିର୍ବାଚନ ସମୟରେ ସରକାର ଦେଇଥିବା ପ୍ରତିଶ୍ରୁତି ଶୀଘ୍ର ପୁରଣ ନକରି ଟାଳଟୁଳ ନିତି ଅପାଣାଇଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ତୁମ୍ବିତୁଫାନ ମାଧ୍ଯମରେ ଚେତାବନୀ ଶୁଣାଇଥିଲେ। ସୋମବାର ପୁର୍ବାହ୍ନରେ ପୁର୍ବତନ ମର୍ନ୍ତୀ ରିତା ସାହୁଙ୍କ ନେତୄତ୍ବରେ ମଣ୍ତଳିର ହଜାରହଜାର ପୁରୁଷ ଓ ମହିଳା କର୍ମିଙ୍କ ଗହଣରେ ନେତା ମାନେ ସ୍ଥାନିୟ ଗଙ୍ଗାଧର କଲ୍ଯାଣ ମଣ୍ତପ ପରିସରରୁ ବାହାରି ବସଷ୍ଟାଣ୍ତ, ଗାନ୍ଧିଛକ ହୋଇ ଶିରିଡି ସାଇ ମନ୍ଦିର ପଛପଟ ହୋତା କଲ୍ଯାଣ ମଣ୍ତପରେ ପହଞ୍ଚିଥିଲେ।

ପରେ ଆୟୋଜିତ ସଭା ରିତା ସାହୁଙ୍କ ଅଧ୍ଯକ୍ଷତାରେ ପରିଚାଳିତ ହୋଇଥିଲା। ଟିକାଏତ ମହତ୍ତମଙ୍କ ସଂଯୋଜନାରେ ସଂଚାଳିତ ସଭାରେ ନିମନ୍ର୍ତିତ ଅତିଥି ଭାବରେ ପୁର୍ବତନ ମନ୍ର୍ତୀ ସ୍ନେହାଙ୍ଗିନୀ ଛୁରିଆ,ଜିଲ୍ଲାପରିଷଦ ଅଧ୍ଯକ୍ଷା ମାନିନୀ ଭୋଇ,ବିଜେପୁର ବ୍ଲକ ଅଧ୍ଯକ୍ଷ ମୋତିରାମ ସାହୁ, ଏନଏସି ଅଧ୍ଯକ୍ଷା ସିତା ବାରିକ,ବରପାଲି ବ୍ଲକ ଅଧ୍ଯକ୍ଷା ରିନା ଥଇତ, ଲାଲବିକ୍ରମ ସିଂଦେଓ, ଏନଏସି ଅଧ୍ଯକ୍ଷ ଦିନେଶ ଗହିର, ଡ.ସୁଶିଲ କୁମାର ଶର୍ମା,ପ୍ରମୁଖ ମଞ୍ଚାସିନ ରହିଥିଲେ। ପଶ୍ଡିମ ଓଡିଶାର ଗର୍ବ ଓ ଗୌରବ ଗନ୍ଧମାର୍ଦ୍ଦନ ଉପରେ ବିଜେପିର ଲୋଲୁପ ଦୃଷ୍ଟି ରହିଛି କୌଣଷି ପ୍ରକାରଣେ ବରଦାସ୍ତ କରାଯିବ ନାହିଁ।

ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି ରାଜନୈତିକ ମାହୋଲ । ବଦଳି ଯାଇଛି ବିଧାନସଭାର ଭିତର ଦୃଶ୍ୟପଟ । ସାଧାରଣ ନିର୍ବାଚନ ସମୟରେ କ୍ଷମତା ହାତେଇବା ଉଦେଶ୍ୟରେ ବିଜେପି ସରକାର ରାଜ୍ୟବାସୀ ଙ୍କୁ ଦେଇଥିବା ସମସ୍ତ ପ୍ରତିଶୃତି ଶୀଘ୍ର ପୁରଣ କରନ୍ତୁ ନଚେତ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ନିର୍ବାଚନ ସମୟରେ ଓଡିଶା ବାସୀଙ୍କୁ ମନଲୋଭା ପ୍ରତିଶ୍ରୁତି ଦେଇ ପ୍ରଥମଥର ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି। ରାଜ୍ୟବାସୀ ଙ୍କୁ ଦେଇଥିବା ପ୍ରତିଶୃତି ଗୁଡିକୁ ପୁରଣ କରିବା ପରିବର୍ତ୍ତେ ରାଜ୍ୟ ସରକାର ସବୁକିଛି ଭୁଲି ଗଲେଣି । ମୂଖ୍ୟତଃ ରାଜ୍ୟର ମହିଳା ମାନଙ୍କୁ ବିଜେପି ର ସମସ୍ତ କେନ୍ଦ୍ରୀୟ ନେତୃ ମଣ୍ଡଳୀ ପ୍ରତିଶୃତି ଦେଇଥିଲେ ଯେ ସୁଭଦ୍ରା ଯୋଜନା ରେ ଦୁଇ ବର୍ଷରେ ଦୁଇ ଗୋଟି କିସ୍ତିରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।

ହେଲେ ବର୍ତମାନ ଏହି ଯୋଜନା ରେ ବାର୍ଷିକ ଦୁଇ ଗୋଟି କିସ୍ତି ରେ ମାତ୍ର ଦଶ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଉଛି। ଅର୍ଥାତ ଗୋଟିଏ କିସ୍ତି ରେ ମାତ୍ର ପାଞ୍ଚ ହଜାର । ତାହା ବି ଅର୍ଦ୍ଧାଧିକ ମାଁ ଓ ଭଉଣୀ ମାନେ ପାଇ ପାରିବେ ନାହିଁ । ଏହା ସହିତ ବରିଷ୍ଠ ନାଗରିକ ଓ ବିକଳାଙ୍ଗ ମାନଙ୍କ ଭତ୍ତା ତିନି ହଜାର ଟଙ୍କା କୁ ବୃଦ୍ଧି କରାଯିବ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ଦଳ , ସରକାର ଗଠନ କରିବା ପରେ କହୁଛନ୍ତି ଯେ ୮୦ ବର୍ଷ ରୁ ଅଧିକ ହୋଇଥିଲେ ତିନି ହଜାର ଦିଆଯିବ । ଠିକ ସେହିପରି ପ୍ରତ୍ୟେକ ବିଦ୍ୟୁତ ସଂଯୋଗକାରୀ ଗ୍ରାହକ ଙ୍କ ପାଇଁ ଆମର ଦଳର ନେତା , ଗତ ନିର୍ବାଚନୀ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ମାସରୁ ୧୦୦ ୟୁନିଟ ବିଜୁଳି ଛାଡ଼ କରାଯିବ ବୋଲି ଘୋଷଣା କରିଥିଲେ ।

ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇ ଯାଇଥିଲା ହେଲେ ବିଜୁ ଜନତା ଦଳ ଦେଇଥିବା ପ୍ରତିଶୃତିକୁ ବିଜେପି ଅପହରଣ କରି ଭୋଟ ହାତେଇ କ୍ଷମତା ହାସଲ କରିବା ଉଦେଶ୍ଯ ନେଇ ୩୦୦ ୟୁନିଟ ବିଜୁଳି ଛାଡ ହେବ ବୋଲି ଓଡିଶା ବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ହେଲେ ବର୍ତ୍ତମାନ ପ୍ରତିଶୃତିକୁ ଭୁଲି ଯାଇଛି। ଖୋଦ ଶକ୍ତି ମନ୍ତ୍ରୀଙ୍କ ବକ୍ତବ୍ୟ ରୁ ପ୍ରମାଣିତ ହୋଇ ସାରିଛି । ଆମ ରାଜ୍ଯବାସୀ ସରଳ ଓ ନିଷ୍କପଟ ବୋଲି ତାର ସୁଯୋଗରେ ଫାଇଦା ଉଠାଇ ନେଇଚାଲିଛି । ବିଜେପି ର ନେତା ଓ ମନ୍ତ୍ରୀ ମାନେ ରାଜ୍ୟ ବାସୀ ଙ୍କୁ କେବଳ ଓ କେବଳ ମିଥ୍ୟା ପ୍ରତିଶୃତି ଦେଇ ଠକି ଚାଲିଛନ୍ତି । ରାଜ୍ଯ ସରକାର ଖୁବ ଶୀଘ୍ର ନିଜ ପ୍ରତିଶୃତି ରକ୍ଷା ନ କଲେ ଆଗାମୀ ଦିନରେ ଓଡିଶା ବାସୀ ରାଜରାସ୍ତାକୁ ଓହ୍ଲାଇ ତାର ଉଚିତ ଜବାବ ଦେବେ ବୋଲି ଦଳିୟନେତା ମାନେ ଚେତାବନୀ ଦେଇଥିଲେ। ଏହି ଅବସରରେ ସ୍ଥାନିୟ ନେତା ମାନେ ମଧ୍ଯ ଡବଲ ସରକାରଙ୍କ କାର୍ଯ୍ଯଶୈଳୀ ଓ ନିତି ଉପରେ ଆଲୋଚନା କରିଥିଲେ।

error: Content is protected !!