
ବରପାଲି-ବରପାଲି ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁଉତ୍ସବ-୨୦୨୫ ସମାପନ ହୋଇଯାଇଛି । ଉକ୍ତ ଉତ୍ସବରେ ବରଗଡ ଜିଲ୍ଲା ଓଷ୍ଟା ପକ୍ଷରୁ ଆୟୋଜିତ ଉତ୍ସବରେ ଜିଲ୍ଲାର ୧୨ ବ୍ଲକରୁ ୨୨୦ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଉଦଘାଟନୀ ଉତ୍ସବରେ ଓଷ୍ଠାର ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ଵାଳ,ରାଜ୍ଯ ଉପସଭାପତି ପ୍ରମୋଦ କୁମାର ସ୍ବାଇଁ ,ରାଜ୍ଯ କାର୍ଯ୍ୟକାରୀ ସଭ୍ଯ ମଧୂସୁଦନ ଦେ.ପ୍ରାକ୍ତନ ରାଜ୍ଯ କାର୍ଯ୍ୟକାରୀ ସଭାପତି ସତ୍ଯ ନାରାୟଣ ତ୍ରିପାଠୀ, ଜେଡି ମହାବିଦ୍ଯାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନ କୁମାର ଭୋଇ,ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂହ ମଞ୍ଚାସୀନ ହୋଇଥିଲେ । ଜିଲ୍ଲା ସଭାପତି ଜଗନ୍ମୟୀ ମିଶ୍ର ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ଯୁଗ୍ମ ସମ୍ପାଦକ ସରୋଜ ସାହୁ ସଂଯୋଜନା କରିଥିଲେ । ସଭାରେ ବିଚାରକ ମାନଙ୍କୁ ଜିଲ୍ଲା ଓଷ୍ଠା ତରଫରୁ ସମ୍ବର୍ଦ୍ଧିତ କରଯାଇଥିଲା।

ଉଦଯାପନୀ ଉତ୍ସବରେ ପୂର୍ବତନ ଉପ ସଭାପତି ଚୂଳସୁନ୍ଦର ମେହେରଙ୍କ ଦ୍ବାରା ରଚିତ ପୁସ୍ତକ ଉନ୍ମୋଚିତ ହେବା ପରେ ଓଷ୍ଠାର ପ୍ରାକ୍ତନ ନେତୃତ୍ବ ତଥା ଶିକ୍ଷାବିତ ପ୍ରୀତିରଞ୍ଜନ ପଧାନ ଓ ଅଶ୍ବିନୀ ପଧାନଙ୍କୁ ଓଷ୍ଠା ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ଯଅତିଥି ରୂପେ ରାଜ୍ଯ ସହସମ୍ପାଦକ ଆଶୁତୋଷ ରଥ ମଞ୍ଚାସୀନ ଥିବାବେଳେ ରାଜ୍ଯ କାର୍ଯ୍ୟକାରୀ ସଭ୍ଯ ଭବାନୀ ଶଙ୍କର ଭୋଇ ମଞ୍ଚାସୀନ ହୋଇ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଜିଲ୍ଲା ଉପ-ସଭାପତି ଅନୂସୁଚିତ ଦେବତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜିଲ୍ଲା ଯୁଗ୍ମ ସମ୍ପାଦକ ଯାଦବ ପଧାନ,ମିନତୀ ଦାଶ,ଜିଲ୍ଲା ଉପସଭାପତି ରୁଦ୍ରଦେବ ସାହୁ,ସଚିଦାନନ୍ଦ ପଧାନ,ଭେଡେନ ବ୍ଲକ ସମ୍ପାଦକ ସୁଦାମ ମିଶ୍ର,ବରଗଡ ବ୍ଲକ ସମ୍ପାଦକ ସମୁଦ୍ର ଭୋଇ,ପଦ୍ମପୁର ବ୍ଲକ ସମ୍ପାଦକ ରବିନାରାୟଣ ପଧାନ, ପାଇକମାଳ ବ୍ଲକ ସମ୍ପାଦକ ଜୀବର୍ଦ୍ଧନ ବିଶି,ଭଟଲି ବ୍ଲକ ସମ୍ପାଦକ ଅଶୋକ ଡନସନା,ଅତାବିରା ବ୍ଲକ ସମ୍ପାଦକ ପ୍ରସନ୍ନ ବେହେରା,ବରପାଲି ବ୍ଲକ ସମ୍ପାଦକ ଚୁଙ୍ଗିଲାଲ ପଧାନ,ବୀରକିଶୋର ପଧାନ,ଅସିତ ଦାଶ, ବିପିନ ଭୋଇ,ସୁଶାନ୍ତ ଶତପଥୀ, ମନୋରଞ୍ଜନ ସାହୁ ପ୍ରମୁଖ ସହୋଯାଗ କରିଥିଲେ ।



