Saturday, April 19, 2025
spot_imgspot_imgspot_img
HomeUncategorizedବରପାଲିରେ ଅଗ୍ରସେନ ମହାରାଜଙ୍କ ଜୟନ୍ତୀତ୍ସବ ପାଳିତ।

ବରପାଲିରେ ଅଗ୍ରସେନ ମହାରାଜଙ୍କ ଜୟନ୍ତୀତ୍ସବ ପାଳିତ।

ବରପାଲି – ବରପାଲି ଅଗ୍ରସେନ ଭବନ ପରିସରରେ ମାରୱାଡି ସମାଜ ପକ୍ଷରୁ ଅଗ୍ରସେନ ମହାରାଜଙ୍କ ଜୟନ୍ତୀ ସମାରୋହ ଧୁମଧାମରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଲୋକସଭା ସଂସଦ ପ୍ରଦିପ କୁମାର ପୁରୋହିତ ଓ ପୁର୍ବତନ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗ ଦେଇ ସମାରୋହକୁ ଉଦଘାଟନ କରିଥିଲେ। ଜୟନ୍ତୀ ସମିତି ସଭାପତି ନରେନ୍ଦ୍ର ଅଗ୍ରୱାଲଙ୍କ ଅଧ୍ଯକ୍ଷତାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଏନଏସି ଅଧ୍ଯକ୍ଷ ଦିନେଶ ଗହିର, ଡା.ଗୋବିନ୍ଦରାମ ଅଗ୍ରୱାଲ,ମୂଖ୍ଯବକ୍ତା ଭାବରେ ମମତା ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।

କିରଣ ଅଗ୍ରୱାଲା,ଗୋବିନ୍ଦ ଅଗ୍ରୱାଲ,ମନିଶ ଅଗ୍ରୱାଲଙ୍କ ସଂଯୋଜନାରେ କାର୍ଯ୍ଯକ୍ରମଟି ସଂଚାଳିତ ହୋଇଥିବା ବେଳେ ଗୋବିନ୍ଦ ଅଗ୍ରୱାଲ ଧନ୍ଯବାଦ ଅର୍ପଣ କରିଥିଲେ। ପୁର୍ବାହ୍ନ ସମୟରେ ଭବନ ପରିସରରୁ ମାରୱାଡି ସମାଜ ପକ୍ଷରୁ ଅଗ୍ରସେନ ମହାରାଜଙ୍କ ସୂସଜ୍ଜିତ ରଥ ବାହାରି ନଗର ପରିକ୍ରମା କରାଯାଇଥିଲା। ପରିକ୍ରମା ବେଳେ ସମାଜର ସଦସ୍ଯ ଓ ସଦସ୍ଯା ମାନେ ସାମିଲ ହୋଇଥିଲେ।

ଏହି ଅବସରରେ ମାରୱାଡି ଯୁବାମଞ୍ଚ ମହିଳା ଶାଖା ଗଠିତ ହୋଇଥିଲା ସମାରୋହରେ କାହ୍ନାଡୂ ଅଗ୍ରୱାଲ,ରମେଶ ଅଗ୍ରୱାଲ,ଶଙ୍କର ଅଗ୍ରୱାଲ, ଅନିଲ ଅଗ୍ରୱାଲ,ଅଭିଲାଶ ଅଗ୍ରୱାଲ,ବଜରଙ୍ଗ .ଅଗ୍ରୱାଲ,ମନିଶ ଅଗ୍ରୱାଲ,ପିୟୁଷ ଅଗ୍ରୱାଲ,ସନ୍ତୋଷ ଅଗ୍ରୱାଲ,ଅଙ୍କିତ ଚିରାନିଆ,ମୋହନ ଅଗ୍ରୱାଲ,କମଲ ଅଗ୍ରୱାଲ,ପୁଷ୍ପା ଅଗ୍ରୱାଲ,ପଙ୍କଜ ଅଗ୍ରୱାଲ,ଉମେଶ ଅଗ୍ରୱାଲ,ଆଶା ଅଗ୍ରୱାଲ,ଆୟୁଷ ଚିରାନିଆ,ଶଶି ଅଗ୍ରୱାଲ,ରଂଜୁ ଅଗ୍ରୱାଲ,ଗାୟତ୍ରି ଅଗ୍ରୱାଲ,ସବିତା ଅଗ୍ରୱାଲ,

ଦିପ୍ତି ଅଗ୍ରୱାଲ,ଶିବୁ ଅଗ୍ରୱାଲ,ଅଜୟ ଅଗ୍ରୱାଲ,ପ୍ରାଂଶୁ ଅଗ୍ରୱାଲ,ମନିଶ ଅଗ୍ରୱାଲ,ଅଙ୍ଗୁରି ଅଗ୍ରୱାଲ,ସରୋଜ ଅଗ୍ରୱାଲ,ଶକୁନ୍ତଲା ଅଗ୍ରୱାଲ,ଉର୍ମିଲା ଅଗ୍ରୱାଲ ପ୍ରମୁଖଙ୍କ ତତ୍ବାଧାନରେ ସମସ୍ତ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ପୁର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

error: Content is protected !!