Saturday, November 23, 2024
spot_imgspot_imgspot_img
Homeରାଜ୍ୟବରଗଡ- ନୂଆପଡା ରେଲ ପ୍ରକଳ୍ପ ମିଳିଲା ମଞ୍ଜୁର : ବରଗଡ ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ପଦ୍ମପୁର...

ବରଗଡ- ନୂଆପଡା ରେଲ ପ୍ରକଳ୍ପ ମିଳିଲା ମଞ୍ଜୁର : ବରଗଡ ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ପଦ୍ମପୁର ଜନସାଧାରଣ।

ପଦ୍ମପୁର – ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି ଏବଂ ପଦ୍ମପୁର ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ଖୁବ୍ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ । ଏଥିପାଇଁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମଞ୍ଜୁର ମିଳିଥିବା ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ସୂଚନା ଦେଇଛନ୍ତି ।ଏହି ଘୋଷଣା ହେବା ପରେ ପଦ୍ମପୁର ତଥା ଆଖପାଖ ଅଞ୍ଚଳରେ ଆନନ୍ଦର ମାହୋଲ ଦେଖିବାକୁ ମିଲିଛି । ଏହି ଘୋଷଣା ପରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବିମାନ ଯୋଗେ ଭୂବନେଶ୍ବର ଫେରି ଆସିଥିଲେ ।

ଭୂବନେଶ୍ବର ବିମାନବନ୍ଦରରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚିନ୍ମୟ କୁମାର ପଣ୍ଡା,ସୁନିଲ ଅଗ୍ରୱାଲ, ରମେଶ ଗର୍ଗ,ପ୍ରମୋଦ ମେହେର, ନିରୋଜ ସିହ୍ନା,ସୁଶାନ୍ତ ନାଗ,ଆଶୁତୋଷ ସାହୁ ତଥା ଶତାଧିକ ବିଜେପି କର୍ମୀ ମାନେ ବରଗଡ଼ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଜଣାଇଥିଲେ । ୧୩୮ କିଲୋମିଟରର ଏହି ରେଳପଥ ପାଇଁ ୨୯୨୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସୂଚନା ଦେଇଛନ୍ତି । ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ି, ମହାପ୍ରଭୁ ନୃସିଂହନାଥଙ୍କ ପୀଠ ଓ ଓଡ଼ିଶାର ଭାତହାଣ୍ଡି ବରଗଡ଼କୁ ଏହି ରେଳପଥ ସଂଯୋଗ କରିବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଏହି ରେଳପଥ ପଶ୍ଚିମ ଓଡ଼ିଶାର ତିନି ପିଢ଼ିର ଲୋକଙ୍କର ସ୍ବପ୍ନ ଥିଲା , ଏବେ ଏହି ସ୍ବପ୍ନ ପୂରଣ ହେବାକୁ ଯାଉଛି ।

error: Content is protected !!