Monday, November 25, 2024
spot_imgspot_imgspot_img
Homeରାଜ୍ୟବରଗଡ଼ ଜିଲ୍ଲାରେ ବ୍ୟାପକ ନିର୍ବାଚନ ପ୍ରସ୍ତୁତି ।

ବରଗଡ଼ ଜିଲ୍ଲାରେ ବ୍ୟାପକ ନିର୍ବାଚନ ପ୍ରସ୍ତୁତି ।

• ଅନୁଷ୍ଠିତ ହେଲା ରାଜନୈତିକ ଦଳ ଏବଂ ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ନିର୍ବାଚନୀ ଖର୍ଚ୍ଚ ଏବଂ ନାମାଙ୍କନ ପ୍ରକ୍ରିୟା ଆଧାରିତ ବୈଠକ

• ଭିନ୍ନକ୍ଷମ ପରିଚାଳିତ ବୁଥ୍ ରେ ସଫଳ ମତଦାନ ନିମନ୍ତେ ପ୍ରଶିକ୍ଷଣ ନେଲେ ଦିବ୍ୟାଙ୍ଗ ପୋଲିଂ ଅଧିକାରୀ

• ୧୨୭ (ଏ) ଆରପି ଆକ୍ଟ ନିୟମ ବିଷୟରେ ତାଲିମ ନେଲେ ଦୈନିକ ଖବର କାଗଜ ବିତରକ

ବରଗଡ଼-ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ନିର୍ବାଚନୀ ଖର୍ଚ୍ଚ ଏବଂ ନାମାଙ୍କନ ପ୍ରକ୍ରିୟା ବିଷୟରେ ରାଜନୈତିକର ଦଳ ତଥା ପ୍ରାର୍ଥୀଙ୍କୁ ଅବଗତ କରିବା ପାଇଁ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ଜିଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋୟଲ ଅଧ୍ୟକ୍ଷତା କରିବା ସହିତ ନାମାଙ୍କନ ପ୍ରକ୍ରିୟା ଏବଂ ନାମାଙ୍କନ ସମୟରେ ଆବଶ୍ୟକୀୟ ଦସ୍ତାବେଜ, ଜିଲ୍ଲା ସ୍ତରରେ ନିର୍ବାଚନ ଖର୍ଚ୍ଚ ମନିଟରିଂ ନିମନ୍ତେ କରାଯାଇଥିବା ବିଭନ୍ନ ବ୍ୟବସ୍ତା ବିଷୟରେ ବୁଝାଇ କହିବା ସହ ବରଗଡ଼ ସଂସଦୀୟ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାର ପାଞ୍ଚୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଧକାରୀଙ୍କ ନାମ ଏବଂ ନାମାଙ୍କନ ପତ୍ର ଗ୍ରହଣ କରିବା ସ୍ଥାନ, ସମୟ ଆଦି ବୁଝାଇ କହିଥିଲେ I

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାରେ ଆଗାମୀ ୨୬.୦୪.୨୦୨୪ ଠାରୁ ୦୩.୦୫.୨୦୦୨୪ ତାରିଖ ପର୍ଯ୍ୟନ୍ତ ଛୁଟିଦିନ ବ୍ୟତୀତ ସକାଳ ୧୧ ଘଟିକା ଠାରୁ ୩ ଘଟିକା ମଧ୍ୟରେ ପାର୍ଲ୍ୟାମେଣ୍ଟ ରିଟର୍ଣ୍ଣିଙ୍ଗ ଅଧକାରୀଙ୍କ ସମେତ ୬ ଜଣ ରିଟର୍ଣ୍ଣିଙ୍ଗ ଅଧିକାରୀ ନିଜ ନିଜ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଗ୍ରହଣ କରିବେ I ବରଗଡ଼ ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଜିଲ୍ଲାପାଳ ଶ୍ରୀ ଗୋୟଲ ଗ୍ରହଣ କରିବାକୁ ଥିବା ବେଳେ, ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ନାମାଙ୍କନ ପତ୍ର ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲ, ବିଜେପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସିଂ, ବରଗଡ଼ ନିର୍ବାଚନ ମଣ୍ଡଳୀର ନାମାଙ୍କନ ପତ୍ର ଉପଜିଲ୍ଲାପାଳ କୁମାର ନାଗଭୁଷଣ, ଅତାବିରା ନିର୍ବାଚନ ମଣ୍ଡଳୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ଭଟଲି ନିର୍ବାଚନ ମଣ୍ଡଳୀର ନାମାଙ୍କନ ପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଚନ୍ଦା ସାହୁ ନିଜ କାର୍ଯ୍ୟାଳୟରେ ଗ୍ରହଣ କରିବେ I ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ କକ୍ଷକୁ ପ୍ରାର୍ଥୀଙ୍କ ସମେତ ୫ ଜଣରୁ ଅଧିକ ଲୋକ ପ୍ରବେଶ କରି ପାରିବେ ନାହିଁ ଏବଂ କାର୍ଯ୍ୟାଳୟର ୧୦୦ ମିଟର ଦୂରତା ମଧ୍ୟରେ କେବଳ ୩ଟି ଗାଡି ନେଇ ପ୍ରାର୍ଥୀ ଯାଇପାରିବେ I

ନିୟମ ଅନୁଯାଇ ନିର୍ବାଚନ ସମ୍ବନ୍ଧୀୟ ବ୍ୟାନର, ପୋଷ୍ଟର, ପମ୍ପ୍ଲେଟ ଇତ୍ୟାଦି ମୁଦ୍ରଣ କରିବା ଏବଂ ୧୨୭ (ଏ) ଆରପି ଆକ୍ଟ-୧୯୫୧ ନିୟମକୁ ଅନୁପାଳନ କରିବା ପାଇଁ ସମସ୍ତଙ୍କୁ ସୂଚନା ଦିଆଯାଇଥିଲା ଏବଂ ନିର୍ବାଚନୀ ଖର୍ଚ୍ଚର ତଦାରଖ ବ୍ୟବସ୍ତା ଏବଂ ଖର୍ଚ୍ଚର ସଠିକ ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟା ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ବରଗଡ଼ ଉପଜିଲ୍ଲାପାଳ କୁମାର ନାଗଭୁଷଣ ସମସ୍ତଙ୍କୁ ବିସ୍ତୃତ ଭାବେ ବୁଝାଇ କହିଥିଲେ I ଏତଦବ୍ୟତୀତ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଭିନ୍ନକ୍ଷମ ପରିଚାଳିତ ବୁଥ୍ ରେ ସଫଳ ମତଦାନ ନିମନ୍ତେ ଭିନ୍ନକ୍ଷମ ପୋଲିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି I ସମସ୍ତ ଦୈନିକ ଖବର କାଗଜ ବିତରକଙ୍କୁ ୧୨୭ (ଏ) ଆରପି ଆକ୍ଟର ନିୟମ ଏବଂ ଦଣ୍ଡ ବିଧାନ ବିଷୟରେ ତାଲିମ ଦେବା ସହ ପାମ୍ପଲେଟ୍ ଗୁଡିକୁ ବାଣ୍ଟିବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି I

error: Content is protected !!