ପଦ୍ମପୁର- ପଦ୍ମପୁର ଅଂଚଳରୁ ମୂଲ୍ୟବାନ ଖାଠ ବାହାର ରାଜ୍ୟକୁ ଚାଳାଣ ହେଉଥିବା ଖବର ବିଭିନ୍ନ ସମୟରେ ସାମନାକୁ ଆସିଥାଏ । ବନ ବିଭାଗ ପକ୍ଷରୁ ଚରା ମୂଲ୍ୟବାନ କାଠ ଜବତ କରାଯାଏ ହେଲେ ମୁଖ୍ୟ ଆସାମୀ କେବେ ମଧ୍ୟ ସାମନାକୁ ଆସେ ନାହିଁ । ପଦ୍ମପୁର ବନ ବିଭାଗ ଖବର ପାଇ ଗାଇସିଲାଟ ଥ।।ନା ମୁଣ୍ଡାପାଲି ନିକଟରେ ଖଇର କାଠ ଚାଲାଣ ବେଲେ ଚଢାଉ କରିଥିଲା ଓ ସେଠାରେ ଖଇର କାଠ ଓ ବ୍ୟବହୃତ ଗାଡି ଯବତ କରିଥିବା ବେଲେ , କାଠ ଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନେ ଫେରାର ହୋଇ ଯାଇଥିବା ସୂଚନା ମିଲିଛି । ବନ ବିଭାଗ ସେଠାରୁ ଗୋଟିଏ ଧଲା ରଙ୍ଗର ଟାଟା ଫୋର୍ସ ଗାଡି, ଦୁଇ ଟନ ଖଇର କାଠ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କା । ପଦ୍ମପୁର ବନ ବଭାଗ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଡେପୁଟି ରେଂଜର ସୁଦାନ ଜଗଦଲା ସୂଚନା ଦେଇଛନ୍ତି । ଏହି ଚଢାଉରେ ଅନ୍ୟ ମାନଙ୍କ ମଧ୍ୟରେ ଫରେଷ୍ଟର ଅଶ୍ୱିନୀ କୁମାର ଭୋଇ, ଫରେଷ୍ଟ ଗାର୍ଡ ଅନିଲ କୁମାର ସାହୁ , ମନ ଠେଟୁଆ , କେଶରଂନ ବୁଡେକ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।