ଉଲୁଣ୍ଡା(ରାଜେଶ କୁମାର ବାଘ)-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକର ପ୍ରକୃତିପ୍ରେମୀ ମହିଳା ଶ୍ରୀମତି ସଂଗୀତା ପାତ୍ରଙ୍କୁ ଜିଲ୍ଲା ବନବିଭାଗର ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ “ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସରଂକ୍ଷଣ ପୁରସ୍କାର -୨୦୨୫” ପ୍ରଦାନ କରାଯାଇଅଛି ।ପ୍ରକୃତିପ୍ରେମୀ ମହିଳା ସଂଗୀତା ପରିବେଶର ସୁରକ୍ଷା, ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା, ବିଲୁପ୍ତ ଘର ଚଟିଆ ମାନଙ୍କ ସଂରକ୍ଷଣ, ଆହତ ଅସୁରକ୍ଷିତ ପଶୁ ପକ୍ଷୀ ମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ବାସସ୍ଥଳୀରେ ଛାଡ଼ିବା,ଗ୍ରୀଷ୍ମ ଋତୁରେ ଜୀବଜନ୍ତୁ ମାନଙ୍କୁ ପ୍ରଚଣ୍ଡ ତାତିରେ ପାଣି ଯୋଗାଇବା, ପକ୍ଷୀମାନଙ୍କୁ ଜଙ୍ଗଲ ମଧ୍ୟରେ ମାଟିପାତ୍ର ରଖି ପାଣି ବ୍ୟବସ୍ଥା କରିବା, ଘର ଚଟିଆ ମାନଙ୍କ ବାସସ୍ଥଳୀର ସୁରକ୍ଷା ସହିତ ଘରଚଟିଆଙ୍କ ସଂଖ୍ୟାରେ ବୃଦ୍ଧି, ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷକୁ ହ୍ରାସ କରାଇବା ।

ବନ୍ୟପ୍ରାଣୀ ଉପଦ୍ରବକୁ ନେଇ ମଣିଷ ସମାଜର ସହିଷ୍ଣୁତା ଜାଗ୍ରତ କରାଇବା ସହ ବିଭିନ୍ନ ଅଞ୍ଚଳରେରେ ସମସ୍ତ ଜନସାଧାରଣ ଓ ମହିଳା ଗୋଷ୍ଠିର ସଦସ୍ୟା ମାନଙ୍କୁ ନେଇ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷା ଦିଗରେ ସଚେତନତା ବୈଠକ କରିବା ସହ ବନାଗ୍ନୀ ନିରାକରଣ ଓ ଜଳବାୟୁ ପରିବର୍ତ୍ତନର ସ୍ଥିତିକୁ ସୁଧାର ଆଣିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ସଂଗୀତା ନିଜ ପ୍ରଚେଷ୍ଟାରେ ଜାରି ରଖିଛନ୍ତି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଯତ୍ନବାନ ସଂଗୀତାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସନୀୟ ମନେକରି ଓଡିଶା ସରକାରଙ୍କ ତରଫରୁ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏହି ବନ୍ୟପ୍ରାଣୀ ପୁରସ୍କାର ମାନପତ୍ର ସହିତ ୨୫ହଜାର ଟଙ୍କାର ଚେକ ମୁଖ୍ୟ ଅତିଥି ଜିଲ୍ଲାପାଳ ନୃପରାଜ ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି l ମଣିଷ ଠାରୁ ପ୍ରକୃତି ଓ ବନ୍ୟପ୍ରାଣୀଙ୍କୁ ଅଧିକ ଭଲପାଉଥିବା ସଂଗୀତା ଆଗକୁ ପ୍ରକୃତିର ସୁରକ୍ଷା ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି l



