ବରପାଲି-ବରପାଲି ବ୍ଲକ ବନ୍ଧପାଲି ଗ୍ରାମ କଲିପଟା ଛକରେ ଝାଏଁରେ କଲାପଟା ସାହିତ୍ୟ ସଂସଦର ଷଷ୍ଠତମ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ସଂସଦ ସମ୍ପାଦକ ବିଶିଷ୍ଠ କବି ଭରତ ନାଏକ ସ୍ବାଗତ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।ସଭାପତି ଭରତ ମେହେର ବାର୍ଷିକ ବିବରଣୀ ଉପସ୍ଥାପନ ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ବ୍ୟଙ୍ଗ କବି ଗୁଣ ରଞ୍ଜନ ସାଲିମା ଯୋଗ ଦେଇ କଲାପଟା ଓ ସଭାମଞ୍ଚକୁ ପୁଜାର୍ଚ୍ଚନା ମାଧ୍ଯମରେ ଉଦଘାଟନ କରିଥିଲେ ।
ମୁଖ୍ୟବକ୍ତା ଭାବେ ବ୍ୟଙ୍ଗକବି ସଚ୍ଚି ପଣ୍ଡା , ସମ୍ମାନିତ ବକ୍ତା ବିପ୍ଳବୀ କବି ନିତିଶ ଆଚାର୍ଯ୍ୟ, କିଶୋର ସାହୁ ପ୍ରମୁଖ ଯୋଗ ଦେଇ ଝାଏଁରେ କଲାପଟା ସାହିତ୍ୟର ଭାବଧାରା,ସାହିତ୍ଯ ଅନୁରାଗ,ପ୍ରଗାଢତା ଉପରେ ବିଶ୍ଲେଷଣ ସହ ସମଲପୁରି ଭାଷା ଓ ସାହିତ୍ଯ ପ୍ରତି ରହିଥିବା ଅବଦାନ ସମ୍ପର୍କରେ ପ୍ରଶଂସାଭାଜନ ଯୋଗାଇଥିଲେ। ପରେ ଦ୍ବିତୀୟ ଅଧିବେଶନ ଆରମ୍ଭ ହୋଇ ବ୍ୟଙ୍ଗ ଓ ହାସ୍ୟ ରସାତ୍ମକ କବିତା ପଠନ ପର୍ବ ଆରମ୍ଭ ହୋଇଥିଲା। ଆୟୋଜିତ ଆସରରେ ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ, ଗୁଣ ସାଗର ସାହୁ,ଡୋଲାମଣି ପଧାନ୍,କୁମୁଦ ବାରିକ୍ କବିତା ମାଧ୍ୟମରେ ହାସ୍ୟରୋଳ ସୃଷ୍ଟି କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଗହଣରେ କବି ପ୍ରସନ୍ନ ପ୍ରୟାସ ଭୁଏଙ୍କୁ ଝାଏଁରେ କଲାପଟା ସମ୍ମାନରେ ଅଳଙ୍କୃତ କରାଯାଇଥିଲା ।
ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ଯମରେ ଛୋଟ ଛୋଟ ଏବଂ ବଡ ପିଲା ମାନଙ୍କୁ ନେଇ ବିଭିନ୍ନ ଶୈଳିର ସମ୍ବଲପୁରି ନୃତ୍ୟ ମାନ ପରିବେଷଣ କରାଯାଇଥିଲା ।ଅନୁଷ୍ଠାନ ସଦସ୍ୟ ମୋତିରାମ ମେହେର,ହରି ମେହେର୍,ଓମ୍ ପ୍ରକାଶ ମେହେର,ଦିପକ୍ ଗୋଏଲ୍,ଭାଗିରଥି ବିଭାର୍, ରୋହିତ ସାହୁ, ଉମାକାନ୍ତ ସାହୁ, ଲଳିତ ମେହେର, ବାଳକୃଷ୍ଣ ମେହେର, ପ୍ରଦିପ ରାଉତ୍, ଯୋଗେଶ ବର୍ଗାଏ, ପ୍ରଦିପ ମେହେର,ସିନୁ ଚ୍ଚେଟି, ମୁକେଶ ଦାଶ, ଅଶ୍ଵିନୀ ସେଠ୍, କ୍ଷିରସିନ୍ଧୁ ଭୋଇ,ଅନନ୍ତ ମହାପାତ୍ର , ବିକାଶ ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଶେଷରେ ବୈଦ୍ୟନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।