Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବନ୍ଧପାଲିରେ ୧୬୩ତମ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ।

ବନ୍ଧପାଲିରେ ୧୬୩ତମ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ।

ବରପାଲି -ବରପାଲି ବ୍ଲକ ବନ୍ଧପାଲି ଗ୍ରାମରେ ୧୬୩ତମ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମବାସୀ,ମେହେର ସମାଜ ଓ ଝାଏଁରେ କଲାପଟା ସାହିତ୍ୟ ସ°ସଦ ମିଲିତ ଉଦ୍ୟମରେ ସମାରୋହ ଆୟୋଜିତ ହୋଇଥିଲା। ପୁର୍ବାହ୍ନରେ କବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ର ଗ୍ରାମ ପରିକ୍ରମା ହୋଇଥିଲା। ପରେ ଅପରାହ୍ନରେ ଆୟୋଜିତ ସାରସ୍ବତ ସଭାକୁ ସଭାପତି ନବୀନ କିଶୋର୍ ଗହିରଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ଝାଏଁରେ କଲାପଟା ସାହିତ୍ୟ କୁଟୁମ୍ ର ସମ୍ପାଦକ ଭରତ ନାଏକ ସ୍ଵାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବନ୍ଧପାଲି ଶିଶୁ ମନ୍ଦିର ଭଉଣୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗିତ ଗାନ ହୋଇଥିଲା । ମୂଖ୍ୟ ବକ୍ତା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ରଙ୍କ ଗଙ୍ଗାଧର କାବ୍ୟ ଉପରେ ଆଲୋଚନା ଦର୍ଶକ ଙ୍କ ମନ କୁ ଛୁଇଁ ପାରିଥିଲା ।

ମୂଖ୍ୟ ଅତିଥି ପଦ୍ମ ଶ୍ରୀ ଡଃ ହଲଧର ନାଗ ଙ୍କ ସ୍ବରଚିତ ”ଋଷି କବି ଗଙ୍ଗାଧର ” କାବ୍ୟ ର ଆଲୋଚନା ସହିତ ସମ୍ବଲପୁରୀ ଶାଢ଼ୀ ବିଷୟ ରେ ବହୁତ ସୁନ୍ଦର କବିତା ଗାନ କରି ଲୋକଙ୍କ ମନ କୁ ଜିଣି ପାରିଥିଲେ। ସମ୍ମାନିତ ଅତିଥି ଭାବେ ଗ୍ରାମ ର ଗୈାତିଆ ଜିତ ସାହୁ,ସନ୍ତୋଷ ଦାଶ ,ଓ ବନ୍ଧପାଲି ଗ୍ରାମ ର ସରପଞ୍ଚ ରମେଶ ମେହେର ଯୋଗଦାନ କରିଥିଲେ।ସଭା ପରିଚାଳନା ରେ ସହଯୋଗ କରିଥିଲେ ହରିହର ମେହେର, ଧନେଶ୍ଵର ମେହେର, ବିନାୟକ ମେହେର, ଲକ୍ଷ୍ମୀ ମେହେର,ନବୀନ ମେହେର,ମୋତିରାମ ମେହେର, ଭାଗିରଥି ବିଭାର୍, ଲଲିତ ମେହେର, ଦିଗାମ୍ବର ମେହେର ,ହିରାଧର ମେହେର,ଭଲ୍‌ଟୁ ମେହେର,ଟିକେଶ୍ଵର ମେହେର,ହେମସାଗର ମେହେର,କମଳ ପ୍ରସାଦ ମେହେର, ଓ ଯୁଧିଷ୍ଠିର ମେହେର। ଶେଷରେ ଦୁତିଆ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!