Saturday, March 7, 2026
Homeଅଘଟଣବନବିଭାଗର ଚଢାଉ ଖଇର କାଠ ଓ ବ୍ୟବହୃତ ଗାଡି ଜବତ ଏବଂ ଅଭିଯୁକ୍ତ ଗିରଫ ...

ବନବିଭାଗର ଚଢାଉ ଖଇର କାଠ ଓ ବ୍ୟବହୃତ ଗାଡି ଜବତ ଏବଂ ଅଭିଯୁକ୍ତ ଗିରଫ ।

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅନ୍ତର୍ଗତ କନ୍ଦୁମୁଣ୍ଡା ଅଂଚଳରୁ ଖଇରକାଠ ଚୋରା ଚାଲାଣ ହେଉଥିବା ପଦ୍ମପୁର ରେଞ୍ଜର ରଣଜିତ ସିଂ ବାବୁ ଖବର ପାଇଥିଲେ । ପଦ୍ମପୁର ରେଞ୍ଜର ଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଘଟଣା ସ୍ଥଳରେ ଚଢାଉ କରିଥିଲେ ଓ ସେଠାରୁ ଗୋଟିଏ ବୋଲେରୋ ପିକଅପ ଯାହାର ନମ୍ବର ଓଡି ୦୮ ଡି ୫୨୧୧ ଓ ୬.୫ କ୍ୱିଣ୍ଟାଲ ଓଜନର ଖଇର କାଠ ଜବତ କରିଥିଲେ । ଜବତ ଖଇର କାଠର ମୂଲ୍ୟ ୩୨,୫୦୦ ଟଙ୍କା ରହିଥିବା ଜଣାପଡିଛି ।

ଖଇର କାଠ ଚାଲାଣ ଅଭିଯୋଗରେ ଗାଇସିଲାଟ ଥାନା ଅନ୍ତର୍ଗତ କନ୍ଦୁମୁଣ୍ଡା ଗାଁ ର ଭେଲମଣି ସାହୁକୁ ଗିରଫ କରିଥିଲେ । ପଦ୍ମପୁର ରେଞ୍ଜ କେଶ ନମ୍ବର ୨୮/୨୦୨୫ ଆଧାରରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ରେଞ୍ଜର ରଣଜିତ ସିଂ ବାବୁ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅନ୍ୟ ମାନଙ୍କ ମଧ୍ୟରେ ଫରେଷ୍ଟର ଝରଣା ସାହୁ,ଫରେଷ୍ଟ ଗାର୍ଡ ପୃଥ୍ୱିରାଜ ଭୋଇ,ସ୍କ୍ୱାର୍ଡ ମନ ଥେଠୁଆ,ସୁଧାଂଶୁ ଭଏଁସା,ତରଣୀ ଦାଶ,ମନୋଜ ବଡଗୁଛିଆ,ଯଶୋବନ୍ତ ସାହୁ,ନିରାକାର ନାଏକ,ଗଣେଶ ସାହୁ ପ୍ରମୁଖ ସାମିଲ ଥିଲେ ।

error: Content is protected !!