Saturday, March 7, 2026
Homeରାଜ୍ୟବଦିମାଳରେ ବନମହୋତ୍ସବ ପାଳିତ ।

ବଦିମାଳରେ ବନମହୋତ୍ସବ ପାଳିତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ବଦିମାଳ ଗ୍ରାମର ସରକାରୀ ଉ .ପ୍ରା. ବିଦ୍ୟାଳୟ, ବଦିମାଳ ପରିସର ମଧ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ପ୍ରଧାନ ଶିକ୍ଷୟତ୍ରୀ ଅପରିମିତା ସହୁ ସଭାପତିତ୍ଵ କରି ବୃକ୍ଷରୋପଣର ଉଦେଶ୍ୟ ଜ୍ଞାପନ କରିଥିବାବେଳେ ସହକାରୀ ଶିକ୍ଷୟତ୍ରୀ ବାସନ୍ତୀ ସାହୁ ସଭା ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଭାବରେ କେ.ଆର୍.ପି. ଉଚ୍ଚ ବିଦ୍ୟାଳୟ, ବାଜେନମୁଣ୍ଡାର ହିନ୍ଦୀ ଶିକ୍ଷକ ପ୍ରସନ୍ନ କୁମାର ମେହେର ଓ ସମ୍ମାନିତ ଅତିଥି ଚନ୍ଦ୍ର ଶେଖର ବାରିକ ମଞ୍ଚାସିଲ ହୋଇ ଗଛର ମହତ୍ତ୍ଵ ଓ ” ମା ପାଇଁ ଗଛ ଟିଏ”ର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।

ଶେଷରେ ସହକାରୀ ଶିକ୍ଷୟତ୍ରୀ ସସ୍ମିତା ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରସନ୍ନ କୁମାର ମେହେର ଯୋଗାଇଥିବା ପଣସ,ଡାଳିମ୍ବ,ପିଜୁଳି ଓ ଅଇଁଲା ୧୫୦ ଗୋଟି ଚାରା ଛାତ୍ରଛାତ୍ରୀ ମାନଙ୍କୁ ରୋପଣ କରିବାପାଇଁ ବଣ୍ଟନ କରଯାଇଥିଲା । ତା ସହିତ କିଛି ଘରକୁ ଘର ଯାଇ ମାଁ ମାନଙ୍କୁ ଚାରା ବଣ୍ଟନ କରାଗଲା । “ଗଛ ଲଗାଅ ଜୀବନ ବଞ୍ଚାଅ” ନରା ଦେଇ ବହୁ ସଂଖ୍ୟାରେ ଜନ୍ମ ଓ ବିବାହ ଉତ୍ସବରେ ଚାରା ଉପହାର ଦେଇ ଶ୍ରୀଯୁକ୍ତ ମେହେର ଉଦାହରଣ ସୃଷ୍ଟି କରିଛନ୍ତି ।

error: Content is protected !!