ବରପାଲି-ବରପାଲି ବ୍ଲକ ରେଟାମୁଣ୍ତା ଗ୍ରାମରେ ମଙ୍ଗଳବାର ରାତ୍ର ସମୟରେ ବଜ୍ରାଘାତ ଯୋଗୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଭାବେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ବୁଧୁବାର ପୁର୍ବାହ୍ନରେ ପରିବାର ଲୋକେ ବରପାଲି ପୋଲିସର ତତ୍ବାଧାନରେ ବରଗଡ ଜିଲ୍ଲା ମୂଖ୍ଯ ଡାକ୍ତରଖାନାକୁ ମୃତକଙ୍କୁ ଶବବ୍ଯବଚ୍ଛ୍ଯଦ ପାଇଁ ନେଇଥିଲେ। ପ୍ରାପ୍ତ ସୂଚନାନୁଯାୟୀ ରେଟାମୁଣ୍ଡା ଗ୍ରାମରେ ଚାଷୀମାନେ ଧାନ ଅମଳ ପାଇଁ ବିଳରେ ରହିଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ ।
ଅଚାନକ ପବନ ବହିବା ସହ ଝଡିବର୍ଷା ଆରମ୍ଭ ହୋଇ ବଜ୍ରପାତ ହୋଇଥିଲା। ଧାନକଟା କାମ ସାରି ଅପେକ୍ଷାରତ ଭାବରେ ରହିଥିବା ବେଳେ ବିଜୁଳି ସହ ବଜ୍ରପାତ ହୋଇ ଚାରିଜଣ ଚାଷୀ ଆହତ ହୋଇଥିଲେ। ପରେ ଖବରପାଇ ପରିବାର ଲୋକଙ୍କ ସହାୟତାରେ ଭଟିଗାଁ କଇଁରୁ ମହାକୁରଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ଅନ୍ଯ ତିନିଜଣ ଗୁରୁତର ରେଟାମୁଣ୍ଡାର ସୁରେଶ ଧରୁଆ (୪୫) ଓ ଗୁଣନିଧ ଚାର୍ଜର ଏବଂ ଡୁଙ୍ଗୁରିପାଲି ଥାନା ଗୁଲିହାପଦର ଗ୍ରାମର ଗଣେଶ ବାରିକଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଅଣାଯାଇଥିଲା।
ପିଡିତି ମାନଙ୍କ ମଧ୍ଯରୁ ସୁରେଶ ଧରୁଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ ପିଡିତାଙ୍କ ଚିକିତ୍ସା ବର୍ତ୍ତମାନ ଜାରି ରଖାଯାଇଛି । ମୃତକଙ୍କ ଗୋଟିଏ ପୁଅ ଓ ଏକ ଝିଅ ରହିଥିବା ବେଳେ ଏକ କ୍ଷୁଦ୍ରନାମ ମାତ୍ର ଚାଷୀ ଅଟନ୍ତି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରହିଥିବା ବେଳେ ବର୍ତ୍ତମାନ ତାଙ୍କର ବିୟୋଗରେ ପରିବାର ଲୋକେ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି। ବରପାଲି ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରଜୁ କରି ଅନୁସନ୍ଧାନ ଜାରି ରଖିଛି ।