Saturday, March 7, 2026
Homeରାଜ୍ୟବଜେଟ ଅଧିବେଶନର ଅର୍ଥମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

ବଜେଟ ଅଧିବେଶନର ଅର୍ଥମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

ବରଗଡ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱାରା ସଂସଦରେ ନବମ କେନ୍ଦ୍ରୀୟ ବଜେଟଆଗତ ହୋଇଛି। ବିଶେଷ କରି ବଜେଟରେ ବିକଶିତ ଭାରତକୁ ପ୍ରାଧ୍ୟାନ୍ୟ ଦିଆ ଯିବା ସହ ଓଡିଶା ପାଇଁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି କେନ୍ଦ୍ର ସରକାର। ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଙ୍କ ସମେତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଓଡିଶା କ୍ଷେତ୍ରରେ ବିଶେଷ କରି ରେୟାର ୟାର୍ଥ କରିଡର ନିର୍ମାଣ ପାଇଁ ଆବଶ୍ୟକ ମେଟାଲ ଯାହାକି ପୂର୍ବରୁ ଚୀନ ରୁ ଆମଦାନୀ ହେଉଥିଲା ତାହା ଏବେ ଓଡ଼ିଶାରେ ଉତ୍ପାଦନ ହେବ। ଫଳରେ ଓଡ଼ିଶାରେ ନିଯୁକ୍ତିର ସମ୍ଭାବନା ବୃଦ୍ଧି ହେବ। ଦବିତୀୟରେ ବାୟୁସେନା ବିମାନ ମାଧ୍ୟମରେ ୨୦ ଟି ନୂଆ ଜାତୀୟ ଜଳପଥ ତାଳଚେର, କଳିଙ୍ଗନଗର ଓ ଅନୁଗୁଳ ଦେଇ ଯିବ ଯାହାଫଳରେ ଓଡିଶା ବହୁତ ଲାଭବାନ ହେବ।

ସେହିଭଳି ଇକୋ ଟୁରିଜିମ କ୍ଷେତ୍ରରେ ମଧ୍ୟ ଓଡିଶା ଲାଭବାନ ହେବ ଓ ପର୍ଯ୍ୟଟକଙ୍କ ଆକୃଷ୍ଟ କୁ ଦେଖିଲେ ଲାଗୁଛି ଆଗକୁ ଏହା ଆହୁରି ଲାଭଦାୟକ ହେବ। ବିଶେଷ କରି କେନ୍ଦୁ ପତ୍ର ଉପରେ ଜିଏସଟି ମାତ୍ର ୨% ରହିଛି ଯାହାଫଳରେ ୧୫ ଲକ୍ଷ କେନ୍ଦୁପତ୍ର ଉତ୍ପାଦନ କରି ଲାଭବାନ ହେବେ। କୃଷି କ୍ଷେତ୍ରରେ ମଧ୍ୟ ୧ଲକ୍ଷ ୬୨ ହଜାର ୬୩୧ କୋଟି ଟଙ୍କା, ଶିକ୍ଷା କ୍ଷେତ୍ରରେ ୧ ଲକ୍ଷ ୩୯ ହଜାର ୨୮୯ କୋଟି, ଗ୍ରାମୀଣ ବିକାଶ କ୍ଷେତ୍ରରେ ୨ଲକ୍ଷ ୭୩ ହଜାର ୧୦୮କୋଟି ଟଙ୍କା ବଜେଟରେ ମଂଜୁର ହୋଇଛି। ଅନ୍ୟାନ୍ୟ କ୍ଷେତ୍ର ଯଥା ଗ୍ରାମ୍ୟ ଉନ୍ନୟନ, ସ୍ଵାସ୍ତ୍ୟ, ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଓଡିଶା ବିକାଶର ରେସ ରେ ଆହୁରି ଆଗକୁ ବଢିବ।ଏହି ଐତିହାସିକ ବଜେଟ ପାଇଁ ଓଡିଶା ଅଧିକ ଲାଭବାନ ହେବା ସହ ନୂଆ ନିଯୁକ୍ତି ସୃଷ୍ଟିର ମଧ୍ୟ ସମ୍ଭାବନା ସୃଷ୍ଟି କରିବ। ଏହି ଭେଟି ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଶ୍ରୀ ପୁରୋହିତ ।

error: Content is protected !!