ପରିବାରକୁ ଛାରଖାର କଳା ଆହାର !
ଭିକମାଗି ପୋଷୁଛନ୍ତି ପରିବାର।
ସାନଭଉଣୀ କିଭଲି ପଢିବେ କଲେଜରେ ପାଠ ?
ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଗୁଦେରପାଲି ଗାଁର କୁଶ ବରିହା ଓ ତାଙ୍କ ଦୁଇ ଭଉଣୀ ପିଲା ଦିନରୁ ବାପା ମାଁ ଛେଉଣ୍ଡ । ପରିବାର କହିଲେ କୁଶ ବରିହା,ବୁଢି ଆଇ ମାଁ ଓ ଦୁଇ ଭଉଣୀ । ଗାଁ ଲୋକ ତଥା ବନ୍ଧୁ ପରିଜନଙ୍କ ସହଯୋଗରେ ଗୋଟିଏ ଭଉଣୀକୁ ବାହା ଦେଇଛନ୍ତି । ଏବେ ପରିବାବରରେ ତିନି ଜଣ । କୁଶ ବାପା ମାଁ ଛେଉଣ୍ଡ ହୋଇଥିଲେ ସୁଦ୍ଧା ଅନେକ ସ୍ୱପ୍ନ ଦେଖିଥିଲେ । ବୁଢୀ ଆଇ ମାଁ କୁ ଖୁସିରେ ରଖିବେ ଦୁଇ ଭଉଣୀକୁ ପାଠ ପଢାଇ ଉଚ୍ଚ ଶିକ୍ଷିତ କରି ଭଲ ଘରେ ବାହା ଦେବେ । ହେଲେ ସବୁ ସ୍ୱପ୍ନ ନିଆଁ ରେ ପୋଡି ପାଉଁଶ ହୋଇଗଲା ।

କୁଶ ନିତିଦିନ ପରି ପରିବାର ଲୋକଙ୍କ ପାଇଁ ଖାଇବା ରାନ୍ଧୁଥାନ୍ତି,ହେଲେ ଦୁର୍ଭାଗ୍ୟ ବସତଃ ସେଦିନ ସେ କାଠ ଚୁଲି ପାଖରେ ରଖିଥିବା ଗରମ ପେଜରେ ପଡି ମୁହଁର ଡାହାଣ ପଟ ଗାଲ ଓ କାନ୍ଧ ପୋଡି ନଷ୍ଠ ହୋଇଯାଇଛି । ଏମିତି କି କାନ ମଧ୍ୟ ପୋଡି ନଷ୍ଟ ଯାଇଛି । ଚେହେରାକୁ ଦେଖିଲେ ଏକ ଘୃଣ୍ୟ ଭାବ ମନକୁ ଆସି ଯାଉଛି । ଗାଁ ଲୋକ ତଥା ସାହି ପଡିଶାଙ୍କ ସହେଯୋଗରେ କିଛି କାଂଶ ସୁଧାର ହୋଇଛି । ହେଲେ କୁଶଙ୍କ ଏଭଲି ମୁହଁ କୁ ଦେଖି ଲୋକ କାମ ଦେବାତ ଦୁରର କଥା ସାଙ୍ଗ ହେବାକୁ ମଧ୍ୟ ଅମଙ୍ଗ ହେଉଛନ୍ତି । ବାଧ୍ୟ ହୋଇ କୁଶ ପରିବାର ପୋଷଣ ପାଇଁ ଭିକ ମାଗୁଥିବା କହୁଛନ୍ତି ।

କାହିଁକି ନା ପରିବାର ପୋଷଣ ପାଇଁ ରାସନ ଚାଉଲ ଏବଂ ହଜାରେ ଭତା ଟଙ୍କା ସମୁଦ୍ରକୁ ଶଙ୍ଖେ ପରି । କୁଶ ବରିହାକୁ ଉନ୍ନତ ଚିକିତ୍ସା ସହ ପରିବାର ପୋଷଣର ସହାୟତା ପ୍ରଦାନ ପାଇଁ ସେ ସରକାରଙ୍କୁ ଗୁହାରୀ କରିଛନ୍ତି । କୁଶଙ୍କ ପରିବାର ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି । ବର୍ଷା ଦିନରେ ଝଡ ତୋଫାନକୁ ଭୟତ ଖରା ଦିନେ ଖରାରେ କିଭଲି ଦିନ କଟିବ ତାକୁ ନେଇ ଚିନ୍ତିତ। କାହିଁ କେତେ ବର୍ଷ ପୂର୍ବେ ଏକ ଘର ସରକାରଙ୍କ ତରଫରୁ ପାଇଥିଲେ । ଚାଷ ଜମିତ ଦୁରର କଥା ରହିବା ପାଇଁ ମଧ୍ୟ ନିଜସ୍ୱ ଜମି ନାହିଁ ,ସରକାରୀ ଜମିରେ ଦିନ ବିତୁଛି । ଗାଁ ଲୋକ ଓ ବନ୍ଧୁ ପରିଜନଙ୍କ ସହଯୋଗରେ ଜଣେ ଭଉଣୀ ବାହା ହୋଇଛନ୍ତି ।

ହେଲେ ଅନ୍ୟ ଜଣେ ଭଉଣୀଙ୍କ ପାଠ ପଢିବା ପାଇଁ ବେଶ ଆଗ୍ରହ ରହିଛି । ଚଳିତ ଦଶମ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଛନ୍ତି । ହେଲେ ଭାଇ କୁଶ ଭଉଣୀକୁ ଉଚ୍ଚ ଶିକ୍ଷା ଦେବା ପାଇଁ ଆର୍ଥୀକ ସମକ୍ଷ ନୁହଁନ୍ତି । କହିବାକୁ ଗଲେ ଜଣେ ନିରିହ ଶିଶୁର ପାଠ ପଢା ଆଶା ଚୁଲି ନିଆଁ ରେ ପାଉଁଶ ହେବାକୁ ଯାଉଛି । ସେ ମଧ୍ୟ ତାଙ୍କ ଭାଇଙ୍କୁ ଚିକିତ୍ସା ସେବା ସହ ତାଙ୍କୁ ପାଠ ପଢିବା ପାଇଁ ସହଯୋଗ କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ଗ୍ରାମବାସୀ ଓ ବୁଦ୍ଧିଜୀବି କୁଶଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।


