ପଦ୍ମପୁର-ପଦ୍ମପୁର ସହର ସ୍ଥିତ ଲାୟନ୍ସ ଭବନରେ ପ୍ରୀତମ ମେହେରଙ୍କ ସଭାପତିତ୍ୱରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହକୁ ଦ୍ୱାଦଶ ପ୍ରଧାନ ସଂଯୋଜନା କରିଥିବା ବେଳେ ବିନୋଦ ବିହାରି ମିଶ୍ର ବିବରଣୀ ପଠନ କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଦୀପ ଅଗ୍ରୱାଲ ଯୋଗ ଦେଇଥିଲେ । ନବ ନିଯୁକ୍ତ ସଭାପତି ପ୍ରୀତମ ମେହେର, ସମ୍ପାଦକ ସୌମ୍ୟଜିତ ପାଢ଼ୀ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ ଓ ନୂତନ କର୍ମକର୍ତ୍ତାଙ୍କୁ ଲାୟନ୍ସ ଚିତ୍ତ ରଞ୍ଜନ ଦାଶ ଶପଥ ପାଠ କରାଇଥିଲେ।

ଲାୟନ୍ସ ବେଣୁମାଧବ ଦୋରା, ରାଧା ମାଧବ ଦୋରା, ବିଷ୍ଣୁ ନାରାୟଣ ଦୋରା,ସନ୍ତୋସିନୀ ରଥ,ହିମାଂଶୁ ଶେଖର ଯୋଶୀ,ସୁନିଲ ଅଗ୍ରୱାଲ, ଭାରତୀ ପଟ୍ଟନାୟକ,ଶାଶ୍ୱତ ଦାସ, ହରିବୋଲ ସାହୁ,ଶ୍ରୀକାନ୍ତ ମିଶ୍ର, ହରିବୋଲ ସାହୁଙ୍କ ସମେତ ପାଇକମାଲ, ଦୀପ୍ତିପୁର, ପାଟଣାଗଡ଼ର ପ୍ରମୁଖ ସଦସ୍ଯ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ପ୍ରଦୀପ ଅଗ୍ରୱାଲ ସିଲେଇ ତାଲିମ କେନ୍ଦ୍ର ସକ୍ଷମ ଦିଦିର ଉଦଘାଟନ କରିଥିଲେ। ଶେଷରେ ସମ୍ପାଦକ ସୌମ୍ୟଜିତ ପାଢ଼ୀ ଧନ୍ୟବାଦ ଦେଇଥିଲେ।



