Saturday, March 7, 2026
Homeରାଜ୍ୟପ୍ରବଳ ଗ୍ରୀଷ୍ମପ୍ରବାହରେ ରୋଜଗାର ମାଧ୍ୟମ ସାଜିଛି ଆଖୁ ପଣା ।

ପ୍ରବଳ ଗ୍ରୀଷ୍ମପ୍ରବାହରେ ରୋଜଗାର ମାଧ୍ୟମ ସାଜିଛି ଆଖୁ ପଣା ।

ପଦ୍ମପୁର – ନିର୍ବାଚନ ତାତି ସହିତ ଗ୍ରୀଷ୍ମ ତାତି ପଦ୍ମପୁର ସହର ରେ ବେଶ ଅନୁଭୂତ ହେଉଥିବା ବେଲେ ଏହି ଗ୍ରୀଷ୍ମ ପ୍ରକୋପ ରୁ ନିସ୍ତାର ପାଇବା ପାଇଁ ଲୋକେ ଓଦା ଗାମୁଛା, ଜଳଛତ୍ର ,ସହିତ ରାସ୍ତା କଡରେ ଥିବା ଆଖୁ ସରବତ, ତରଭୁଜ ଉପରେ ଭରସା କରୁଛନ୍ତି । ଏହା ଉପରେ ନିର୍ଭର କରି ଲୋକେ ଦୁଇ ପଇସା ରୋଜଗାର କରୁଛନ୍ତି । ପଦ୍ମପୁର ସହର ର ବିଭିନ୍ନ ଛକ ଯାଗା ମାନଙ୍କ ରେ ଏହି ଆଖୁ ରସ ବିକ୍ରି ହେଉଥିବା ଦେଖିବାକୁମିଲିଛି । ରାସ୍ତାରେ ଗଲାବେଳେ ଗାଡି ଚାଳକ, ପଥିକ ଏହାରି ଉପରେ ନିର୍ଭର କରୁଛନ୍ତି । ପ୍ରବଲ ଗ୍ରୀଷ୍ମ ପ୍ରବାହ ରେ ଏହି ଆଖୁ ରସ ପିଇବା ଦ୍ୱାରା ଅଂଶୁଘାତ ରକ୍ଷା ମିଲିବା ସହିତଶରୀର ଥଣ୍ଡା ରହି ପେଟ ସଫା ରହେ ବୋଲି କହିଥାନ୍ତି ।ବାହାରୁ ଆସୁଥିବା ଏହି ଆଖୁ ରସ ବିକାଳୀ ମଧ୍ୟ ବେଶ୍ ଦୁଇପଇସା ରୋଜଗାର କରିଥାନ୍ତି ।

error: Content is protected !!