Saturday, March 7, 2026
Homeରାଜ୍ୟପ୍ରଧାନ ଶିକ୍ଷକ ପଣ୍ଡୁ ପ୍ରଧାନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ପ୍ରଧାନ ଶିକ୍ଷକ ପଣ୍ଡୁ ପ୍ରଧାନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ପଦ୍ମପୁର-ପଦ୍ମପୁର ବ୍ଲକ ଅନ୍ତର୍ଗତ ଲମରଜୁନା ପ୍ରାଥମିକ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡୁ ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମାକାନ୍ତ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ମଧୂକର ବିଶ୍ବାଳ, ଶିଶୁପାଳ ବଢେଇ,ଦିବ୍ୟକିଶୋର ବିଶ୍ବାଳ,ଭାନୁ ଶଙ୍କର ବିଶ୍ବାଳ,କୈଳାସ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ କୁନି କୁନି ପିଲା ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଶିକ୍ଷକ ଚନ୍ଦ୍ରକାନ୍ତ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସନତ କୁମାର ବିଶ୍ବାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ଭୂବନେଶ୍ବର ବିଶ୍ବାଳ ଯୋଗ ଦେଇଥିଲେ। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଦୀପାଞ୍ଜଳୀ ପ୍ରଧାନ ଓ ମଧୁସୂଦନ ପ୍ରଧାନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ଦୀପାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ,ପରିଚାଳନା କମିଟି ସଭ୍ୟସଭ୍ୟା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଅପରାହ୍ନରେ ଏକ ବିରାଟ ଶୋଭାଯାତ୍ରାରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରାଯାଇ ତାଙ୍କ ବାସ ଭବନକୁ ନିଆ ଯାଇଥିଲା। ଦୀର୍ଘ ୨୬ ବର୍ଷ ଲମରଜୁନା ରେ ଶିକ୍ଷକତା କରିଥିବା ଶ୍ରୀଯୁକ୍ତ ପ୍ରଧାନ ବିଦାୟନେବା ସମୟରେ ଆଖିରୁ ଧାର ଧାର ହୋଇ ଅଶ୍ରୁ ଝରି ପଡିଥିଲା ।

error: Content is protected !!