Saturday, March 7, 2026
Homeରାଜ୍ୟପ୍ରଧାନ ଶିକ୍ଷକଙ୍କୁ ଅବସର କାଲିନ ବିଦାୟ ସମ୍ବର୍ଦ୍ଧନା ।

ପ୍ରଧାନ ଶିକ୍ଷକଙ୍କୁ ଅବସର କାଲିନ ବିଦାୟ ସମ୍ବର୍ଦ୍ଧନା ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଜାପତି ପ୍ରଧାନଙ୍କୁ ଅବସର କାଲିନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସ୍କୁଲ ପରିଚାଳନା କମିଟିର ସଭାପତି ଶୈଳବାଳା ଦେବତା, ସରପଞ୍ଚ ରାମଚନ୍ଦ୍ର ପାତ୍ର,ଚାଷୀନେତା କିଶୋର ଚନ୍ଦ୍ର ଦେବତା,ଭୂମିଦାନ କରିଥିବା ଅହଲ୍ୟା ସିଂ ବରିହାଙ୍କ ସମେତ

ଏହି ବିଦ୍ୟାଳୟରୁ ପୂର୍ବରୁ ବିଦାୟ ନେଇ ସାରିଥିବା ପ୍ରଧାନ ଶିକ୍ଷକ କମଳାକାନ୍ତ ପାଣିଗ୍ରାହୀ, ଚନ୍ଦ୍ରମଣି ସାହୁ, ବିଶ୍ବନାଥ ଦେବତା, ସୁବାଷ ପଟେଲ, ମୁରଲୀଧର ପଟେଲ, କିଶୋର ପାତ୍ର,କେଶବ ପାତ୍ର ଆଦି ଶିକ୍ଷକ ମାନେ ମଞ୍ଚାସିନ ହୋଇ ବାପୁଜୀ ହାଇସ୍କୁଲରେ ତାଙ୍କ ଶିକ୍ଷକତା ଜୀବନ କେମିତି ଅତିବାହିତ କରିଥି ସେ ବିଷୟରେ ଆଲୋକପାତ କରିଥିଲେ।

ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକ ପ୍ରଜାପତି ପ୍ରଧାନଙ୍କ ଅବସର କାଲିନ ଜୀବନ ସୁଖମୟ,ନିରୋଗ ହେଉ ବୋଲି ବକ୍ତବ୍ୟ ରଖିଥିଲେ। ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଦୀର୍ଘ ୩୮ବର୍ଷ ଧରି ଏହି ସ୍କୁଲରେ ଶିକ୍ଷକତା କରିଥିଲେ। ଗଣିତ ଶିକ୍ଷକ ଧର୍ମେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ରୁକୁଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ରଛାତ୍ରୀ ଭଜନ ସଂକିର୍ତ୍ତନ ରେ ଗୁଦେରପାଲି ଗାଁ ପରିକ୍ରମା କରି ଉପଢ଼ୌକନ ଏବଂ ମାନପତ୍ର ଦେଇ ବିଦାୟୀ ଶିକ୍ଷକଙ୍କୁ ଘରବାହୁଡା କରିଥିଲେ।

error: Content is protected !!