Sunday, March 8, 2026
Homeରାଜ୍ୟପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।

ସୋହେଲା – ବରଗଡ ଜିଲ୍ଲା ସୋହେଲା ବ୍ଲକ ଟୁଙ୍ଗିବନ୍ଧଲୀ ଗ୍ରାମ ପଂଚାୟତ ଅନ୍ତର୍ଗତ ମରେକେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ରବୀନ୍ଦ୍ର ନାୟକ ଚାକିରୀ ଜୀବନରୁ ଅବସର ଗ୍ରହଣ କଲେ । ସଭାରେ ପଦ୍ମ ଲୋଚନ ଚେର୍ଖିଆ ସଭାପତିତ୍ବ କରିଥିଲେ। ଏହି ଅବସରରେ ସ୍କୁଲରେ ଏକ ବିଦାୟ କାଳୀନ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।

ଅତିଥି ଭାବରେ ଏବିଇଓ ମୋତିଲାଲ ନନ୍ଦ, ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦେବତା ଓ ତୁଷାର କାନ୍ତ ସାହୁ, ପୂର୍ବତନ ସରପଞ୍ଚ ସଞ୍ଜୟ ଚୌହାନ, ଯୁଯୁମୁରା ବିଇଓ ଅଫିସର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନ ଭଞ୍ଜନ ପ୍ରଧାନ ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଚାକିରୀ ଜୀବନର ସ୍ମୁତି ଚାରଣ କରିଥିଲେ । ସଭାକୁ ସଂଯୋଜନା କରିଥିଲେ ସହକାରୀ ଶିକ୍ଷକ ସ୍ଵାଧୀନ ମୋହନ ସାହୁ ଓ ଗୋବିନ୍ଦ ଖମାରୀ।

ଶେଷରେ ପ୍ରଦୀପ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭା ପରେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କୁ ଗ୍ରାମବାସୀ, ପରିଚାଳନା କମିଟି, ଛାତ୍ର ଛାତ୍ରୀ କିର୍ତନ୍ୟ ଦଳ ସହିତ ଗ୍ରାମ ପରିକ୍ରମା କରିଥିଲେ। ପ୍ରତି ପରିବାର ଲୋକେ ଘର ଆଗରେ କଳସ ସ୍ଥାପନ କରି ବିଦାୟୀ ଶିକ୍ଷକଙ୍କ ପାଦ ଧୋଇ ବିଦାୟ ଦେଇଥିଲେ।

ପରେ ସମସ୍ତ ଛାତ୍ର ଛାତ୍ରୀ, ମ୍ୟାନେଜିଂ କମିଟି ଓ ଗ୍ରାମବାସୀ ବିଦାୟୀ ଶିକ୍ଷକଙ୍କୁ ତାଙ୍କ ଗ୍ରାମ ଟୁଙ୍ଗିବନ୍ଧଲୀକୁ ବିଦାୟ ଦେବା ପାଇଁ ଶତାଧିକ ସଂଖ୍ୟାରେ ଏକ ଭବ୍ୟ ଶୋଭାଯାତ୍ରାରେ ଶିକ୍ଷକଙ୍କୁ ନେଇ ତାଙ୍କ ବାସଭବନରେ ଛାଡିଥିଲେ । ସେଠାରେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ ପରିବାର ସଦସ୍ୟ ସମସ୍ତଙ୍କୁ ସ୍ବାଗତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ସହକାରୀ ଶିକ୍ଷକ ଶ୍ରୀବତ୍ସ ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥଲା।

error: Content is protected !!