Saturday, March 7, 2026
Homeଖେଳପ୍ରଥମ ପଦ୍ମପୁର ପ୍ରିମିୟର ଲିଗ ଉଦଘାଟିତ ।

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ ଉଦଘାଟିତ ।

ପଦ୍ମପୁର-ପଦ୍ମପୁର ସ୍ଥାନୀୟ ରାଜବୋଡାସାମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ ଉଦଘାଟିତ ହୋଇଯାଇଛି। ଟାଉନ କ୍ଳବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୋଟ ଆଠ ଗୋଟି ଦଳ ମଧ୍ଯରେ ଖେଳା ହେବ ଏବଂ ଏହି ପ୍ରିମିୟର ଲିଗ ତିନି ଦିନ ଧରି ଚାଲିବ। ଉଦଘାଟନି ଉତ୍ସବରେ ଟାଉନ କ୍ଳବର ପୂର୍ବତନ ସଭାପତି ତଥା ପୂର୍ବତନ ନଗରପାଳ ଶ୍ରୀ ଶିରୀଶ କୁମାର ବହିଦାର ଏବଂ କ୍ଳବର ପୂର୍ବତନ କୋଷଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳକୁ ଉଦଘାଟିତ କରିଥିଲେ । ଅଞ୍ଚଳର ଖେଳାଳି ମାନେ ଏହି ପ୍ରକାର ଆୟୋଜନ ଦ୍ୱାରା ଉତ୍ସାହିତ ହୁଅନ୍ତୁ ଏବଂ କ୍ରୀଡା ଓ ଖେଳାଳି ଉଭୟଙ୍କର ବିକାଶ ହଉ ବୋଲି ଉଭୟେ କହିବା ସହ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ତେବେ ପ୍ରଥମ ଦିନରେ ମୋଟ ଚାରୋଟି ଦଳ ଭିତରେ ଖେଳ ହୋଇଥିବା ବେଳେ ସମସ୍ତ ଛଅ ଗୋଟି ମ୍ୟାଚ ଲିଗ ମ୍ୟାଚ ଥିଲା। ତେବେ ଆସନ୍ତା ୨୪ ତାରିଖ ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚ ଆଗରୁ ଦୁଇଟି ଯାକ ସେମିଫାଇନାଲ ମଧ୍ୟ ସେହି ଗୋଟିଏ ଦିନରେ ହିଁ ହେବାକୁ ଥିବା ବେଳେ ପ୍ରଥମ ଦିନ ପରେ ଖେଳ ଜିତି ସମଲେଶ୍ୱରୀ ଲୟନ୍ସ ଦଳ ଓ ଶେଖ ଫାଇଟର୍ସ ଦଳ ସେମିଫାଇନାଲକୁ ପ୍ରବେଶ କରିଛନ୍ତି। ତେବେ ଆଜି ମଧ୍ୟ ଦ୍ଵିତୀୟ ଦିନରେ ପୁଣି ଚାରିଟି ଦଳ ମଧ୍ୟରେ ଛଅଟି ଲିଗ ମ୍ୟାଚ ହୋଇ ଆଉ ଦୁଇଟି ଦଳ ସେମିଫାଇନାଲ ପାଇଁ ଚୟନ ହେବେ। ତେବେ ଏହି ମ୍ୟାଚ ଉପଭୋଗ ପାଇଁ ବୋହୁ ସଂଖ୍ୟାରେ ଦର୍ଶକ ଓ ଖେଳ ପ୍ରେମୀ ଙ୍କ ଭିଡ଼ ଜମୁଛି।

error: Content is protected !!