Saturday, March 7, 2026
Homeଖେଳପ୍ରଥମ ଅରୁଣ ଗିରି ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ।

ପ୍ରଥମ ଅରୁଣ ଗିରି ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ।

ବାଉଁଶୁଣୀ (ଉମାକାନ୍ତ ମହାକୁଳ)-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ପ୍ରଥମ ଅରୁଣ ଗିରି ସ୍ମାରକୀ କ୍ରିକେଟ ପ୍ରତିଯୋଗିତା କାନ୍ଦୁଲମୁଣ୍ଡା ପଡ଼ିଆରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶିତିକଣ୍ଠ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲ୍ଲିକ, ରୁଣ୍ଡିମହୁଲ ସେବାସମବାୟ ସଭାପତି ସୁଧୀର ଖଟୁଆ, ଶିକ୍ଷକ ଅଜିତ ଗିରି, ସ୍ବେଛାସେବୀ ବବୃବାହନ କର୍ଣ୍ଣ, ଜିଲ୍ଲା କ୍ରିକେଟ ସଙ୍ଘ ସଦସ୍ୟ ରାମଚନ୍ଦ୍ର ମଲିକ, ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ପ୍ରଧାନ ଯୋଗଦେଇ ପ୍ରତିଯୋଗିତା ଉଦଘାଟନ କରିଥିଲେ ।

ଉଦଘାଟନୀ ମ୍ୟାଚ କଣ୍ଟାମାଳ ଓ ପଲଶାଗୋରା ଦଳ ମଧ୍ୟରେ ହୋଇଥିବା ବେଳେ ପଲଶାଗୋରା ଦଳ ପ୍ରଥମେ ବ୍ୟାଟିଂ କରି ୭ ଓଭରରେ ୭ ଉଇକେଟ ହରାଇ ୩୯ ରନ କରିଥିଲେ, ଜବାବରେ କଣ୍ଟାମାଳ ଦଳ ୩.୨ ଓଭରରେ ଗୋଟିଏ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଖେଳକୁ ଆମ୍ପାୟାର ଭାବେ ଅଧ୍ୟାପକ ଅଶ୍ୱିନୀ କୁମାର ପ୍ରଧାନ ଓ ଗୌରୀ ଶଙ୍କର ମିଶ୍ର ପରିଚାଳନା କରିଥିଲେ ।

ଗୋବିନ୍ଦ ମହାକୁଡ଼ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଳେ ଶିକ୍ଷକ ବିବେକାନନ୍ଦ ମହାକୁଡ଼ ଓ ଶିକ୍ଷକ ବଳଦେବ ପ୍ରହରାଜ, ସିମାଞ୍ଚଳ ହୋତା ଧାରାବିବରଣୀ ପ୍ରଦାନ କରିଥିଲେ । ଆଜିର ଖେଳରେ କ୍ଲବର ସଦସ୍ୟ ବସନ୍ତ ବାଘ, ଡ଼ିକି ପ୍ରହରାଜ, ସଞ୍ଜୟ ସାହୁ, ରାମଚନ୍ଦ୍ର ମଲିକ, ଜୟକୃଷ୍ଣ ପାତ୍ର, ମନୋଜ ଦନ୍ତା, ମୁନା ସାହୁ, ବୀରେନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପ୍ରଧାନ,ସଂକେତ ସାହୁ, ମକୁ ପୁଟେଲ, ରାଜିନ୍ଦ୍ର ମହାକୁଡ଼, ସୁବ୍ରତ ପ୍ରଧାନଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ପ୍ରତିଯୋଗିତାରେ ଜିଲ୍ଲା ଓ ଜିଲ୍ଲା ବାହାରର ୧୬ ଗୋଟି ଦଳ ଅଂଶଗ୍ରହଣ କରୁଛନ୍ତି।

error: Content is protected !!