Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପ୍ରଜନ୍ମ ସାହିତ୍ୟ ଉତ୍ସବ-୨୦୨୫ ଅନୁଷ୍ଠିତ।

ପ୍ରଜନ୍ମ ସାହିତ୍ୟ ଉତ୍ସବ-୨୦୨୫ ଅନୁଷ୍ଠିତ।

ଭୁନେଶ୍ବର-ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସପ୍ତମ ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ଖୁସି ପ୍ରକାଶନୀ ଦ୍ଵାରା ଆୟୋଜିତ ‘ପ୍ରଜନ୍ମ ସାହିତ୍ୟ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁସ୍ତକ ଉନ୍ମୋଚନ, ପ୍ରଜନ୍ମ ସାହିତ୍ୟ ସମ୍ମାନ ପ୍ରଦାନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ରମେଶ ପ୍ରାସାଦ ପାଣିଗ୍ରାହୀ, ବିଶିଷ୍ଟ କବି ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର, ସାହିତ୍ୟ ଏକାଡେମୀର ପୂର୍ବତନ କ୍ଷେତ୍ରଅଧିକାରୀ (ପୂର୍ବାଞ୍ଚଳ) ଡକ୍ଟର ମିହିର କୁମାର ସାହୁ, ଓଡ଼ିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା ବିଶିଷ୍ଟ କଥାକାର ଦେବପ୍ରସାଦ ଦାସ ଏବଂ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଅତିଥି ଭାବରେ ଯୋଗଦେଇଥିଲେ। ଏହି ଉତ୍ସବରେ କଥାକାର ଅଜୟ ସ୍ୱାଇଁଙ୍କୁ ‘ପ୍ରଜନ୍ମ ଆରଣ୍ୟକ ସମ୍ମାନ’, କଥାକାର ଭୀମ ପୃଷ୍ଟିଙ୍କୁ ‘ପ୍ରଜନ୍ମ ପରଜା ସମ୍ମାନ’,ନାଟ୍ୟକାର ଆନନ୍ଦ ଚନ୍ଦ୍ର ପହିଙ୍କୁ ‘ପ୍ରଜନ୍ମ ଅଭିଯାନ ସମ୍ମାନ’, କବି ଗୌତମ ଜେନାଙ୍କୁ ‘ପ୍ରଜନ୍ମ ଶ୍ରୀରାଧା ସମ୍ମାନ’ ଏବଂ ପ୍ରାବନ୍ଧିକ ରବୀନ୍ଦ୍ର ବିହାରୀଙ୍କୁ ‘ପ୍ରଜନ୍ମ ବିବେକୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସପ୍ତମ ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ଖୁସି ପ୍ରକାଶନୀ ଦ୍ଵାରା ଆୟୋଜିତ ‘ପ୍ରଜନ୍ମ ସାହିତ୍ୟ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁସ୍ତକ ଉନ୍ମୋଚନ, ପ୍ରଜନ୍ମ ସାହିତ୍ୟ ସମ୍ମାନ ପ୍ରଦାନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ରମେଶ ପ୍ରାସାଦ ପାଣିଗ୍ରାହୀ, ବିଶିଷ୍ଟ କବି ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର, ସାହିତ୍ୟ ଏକାଡେମୀର ପୂର୍ବତନ କ୍ଷେତ୍ରଅଧିକାରୀ (ପୂର୍ବାଞ୍ଚଳ) ଡକ୍ଟର ମିହିର କୁମାର ସାହୁ, ଓଡ଼ିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା ବିଶିଷ୍ଟ କଥାକାର ଦେବପ୍ରସାଦ ଦାସ ଏବଂ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଅତିଥି ଭାବରେ ଯୋଗଦେଇଥିଲେ। ଏହି ଉତ୍ସବରେ କଥାକାର ଅଜୟ ସ୍ୱାଇଁଙ୍କୁ ‘ପ୍ରଜନ୍ମ ଆରଣ୍ୟକ ସମ୍ମାନ’, କଥାକାର ଭୀମ ପୃଷ୍ଟିଙ୍କୁ ‘ପ୍ରଜନ୍ମ ପରଜା ସମ୍ମାନ’,ନାଟ୍ୟକାର ଆନନ୍ଦ ଚନ୍ଦ୍ର ପହିଙ୍କୁ ‘ପ୍ରଜନ୍ମ ଅଭିଯାନ ସମ୍ମାନ’, କବି ଗୌତମ ଜେନାଙ୍କୁ ‘ପ୍ରଜନ୍ମ ଶ୍ରୀରାଧା ସମ୍ମାନ’ ଏବଂ ପ୍ରାବନ୍ଧିକ ରବୀନ୍ଦ୍ର ବିହାରୀଙ୍କୁ ‘ପ୍ରଜନ୍ମ ବିବେକୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି ଉତ୍ସବରେ ଖୁସି ପ୍ରକାଶନୀ ଦ୍ଵାରା ପ୍ରକାଶିତ ମହେଶ୍ୱର ପାଢ଼ିଙ୍କ ସମ୍ପାଦିତ ‘କବି ଗୌତମ ଜେନାଙ୍କ ପ୍ରେମ କବିତା’, ରବୀନ୍ଦ୍ର ବିହାରୀଙ୍କ ସମ୍ପାଦିତ ‘କବି ଗୌତମ ଜେନାଙ୍କ ଜୀବନବାଦୀ କବିତା’, ଡ. ଦେବାନନ୍ଦ ଦାସଙ୍କ ସମ୍ପାଦିତ ‘ସତ୍ୟପ୍ରିୟଙ୍କ ବନ୍ୟମନସ୍କ’, ଡ. ଦୁର୍ଗାମାଧବ ପୃଷ୍ଟିଙ୍କ ସମ୍ପାଦିତ ‘ପ୍ରାଣୀଙ୍କ ହିତେ ଭାଗବତ’, ପ୍ରକାଶ ପରିଡ଼ାଙ୍କ ରଚିତ ‘ଅନ୍ୟମନସ୍କ’, ସତ୍ୟପ୍ରିୟ ମହାଳିକଙ୍କ ଆତ୍ମଜୀବନୀ ‘ଅପ୍ରାପ୍ତ ବୟସ୍କ’ ଏବଂ ସ୍ଵୟଂସିଦ୍ଧା ଫାଉଣ୍ଡେସନ ଦ୍ଵାରା ପ୍ରକାଶିତ ଜଗଦୀଶ ମିଶ୍ରଙ୍କ ରଚିତ ‘Land System in Ancient Odisha’ ପୁସ୍ତକକୁ ଅତିଥିମାନେ ଉନ୍ମଚୋନ କରିଥିଲେ। ଏହି ଉତ୍ସବକୁ ପ୍ରଜନ୍ମର ସମ୍ପାଦକ ଡ. ଦେବାନନ୍ଦ ଦାସ ଓ ସହ ସମ୍ପାଦକ ମଙ୍ଗରାଜ ମହାପାତ୍ର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ସୁଶୀଳ କୁମାର ବାଗ୍, କବି ଉମାକାନ୍ତ ରାଉତ, ସୁରେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ବହୁ ବିଶିଷ୍ଟ କବି, ଲେଖକ ଉପସ୍ଥିତ ଥିଲେ ।

ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ପଚାଶରୁ ଊର୍ଦ୍ଧ୍ବ ଯୁବକବି ସ୍ବରଚିତ କବିତା ପାଠ କରିଥିଲେ। ଏହି ଉତ୍ସବରେ ଖୁସି ପ୍ରକାଶନୀ ଦ୍ଵାରା ପ୍ରକାଶିତ ମହେଶ୍ୱର ପାଢ଼ିଙ୍କ ସମ୍ପାଦିତ ‘କବି ଗୌତମ ଜେନାଙ୍କ ପ୍ରେମ କବିତା’, ରବୀନ୍ଦ୍ର ବିହାରୀଙ୍କ ସମ୍ପାଦିତ ‘କବି ଗୌତମ ଜେନାଙ୍କ ଜୀବନବାଦୀ କବିତା’, ଡ. ଦେବାନନ୍ଦ ଦାସଙ୍କ ସମ୍ପାଦିତ ‘ସତ୍ୟପ୍ରିୟଙ୍କ ବନ୍ୟମନସ୍କ’, ଡ. ଦୁର୍ଗାମାଧବ ପୃଷ୍ଟିଙ୍କ ସମ୍ପାଦିତ ‘ପ୍ରାଣୀଙ୍କ ହିତେ ଭାଗବତ’, ପ୍ରକାଶ ପରିଡ଼ାଙ୍କ ରଚିତ ‘ଅନ୍ୟମନସ୍କ’, ସତ୍ୟପ୍ରିୟ ମହାଳିକଙ୍କ ଆତ୍ମଜୀବନୀ ‘ଅପ୍ରାପ୍ତ ବୟସ୍କ’ ଏବଂ ସ୍ଵୟଂସିଦ୍ଧା ଫାଉଣ୍ଡେସନ ଦ୍ଵାରା ପ୍ରକାଶିତ ଜଗଦୀଶ ମିଶ୍ରଙ୍କ ରଚିତ ‘Land System in Ancient Odisha’ ପୁସ୍ତକକୁ ଅତିଥିମାନେ ଉନ୍ମଚୋନ କରିଥିଲେ। ଏହି ଉତ୍ସବକୁ ପ୍ରଜନ୍ମର ସମ୍ପାଦକ ଡ. ଦେବାନନ୍ଦ ଦାସ ଓ ସହ ସମ୍ପାଦକ ମଙ୍ଗରାଜ ମହାପାତ୍ର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ସୁଶୀଳ କୁମାର ବାଗ୍, କବି ଉମାକାନ୍ତ ରାଉତ, ସୁରେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ବହୁ ବିଶିଷ୍ଟ କବି, ଲେଖକ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ପଚାଶରୁ ଊର୍ଦ୍ଧ୍ବ ଯୁବକବି ସ୍ବରଚିତ କବିତା ପାଠ କରିଥିଲେ।

error: Content is protected !!