ପଦ୍ମପୁର-ପଦ୍ମପୁର ଉପଖଣ୍ଡର ସରଇକେଲା ଗ୍ରାମପଞ୍ଚାୟତର ସମ୍ବଲପୁରୀ ଗ୍ରାମରେ ପୁଝାରିପାଲି ଅଙ୍ଗ ପ୍ରତିରୋଧ କମିଟୀର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଡ୍ୟାମ ସପକ୍ଷ୍ୟ ବାଦୀ ବିଜେପି ବିଧାନସଭା ପାର୍ଥୀ ଗୋବର୍ଦ୍ଧନ ଭୁଏଙ୍କୁ ଏହି ଚବିଶ ଖଣ୍ଡ ବୁଡି ଗ୍ରାମକୁ ପ୍ରବେଶ ନିଷେଧ ସହ ତାଙ୍କୁ ଭୋଟ ନ ଦେବା ନେଇ ପ୍ରସ୍ତାବ ଗ୍ରହଣ କରାଯିବା ସହ ସାଧାରଣରେ ତୀବ୍ର ସମାଲୋଚନା ହୋଇଥିଲା l ଏତଦ ବ୍ୟତୀତ ବିଗତ ଦିନରେ ଗୋବର୍ଦ୍ଧନ ଭୁଏ ବୁଡି ଅଂଚଳର ସରଇକେଲା ଗ୍ରାମକୁ ଯାଇଥିଲେ l ସେଠାରେ ତାଙ୍କୁ କେତେକ ବ୍ୟକ୍ତିବିଶେଷ ସମର୍ଦ୍ଧନା ସହ ମିଶି ଫଟୋ ଓ ବାର୍ତ୍ତଳାପ କରିଥିଲେ l ସେହି ବ୍ୟକ୍ତିବିଶେଷ ପ୍ରତି ବୁଡି ଅଂଚଳର ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା l
ସେମାନେ ମଧ୍ୟ ଆଜିକାର ବୈଠକରେ ଯୋଗଦେଇ ନିଜର ଭୁଲ ସୁଧାର ସହ ଗୋବର୍ଦ୍ଧନ ଭୁଏ ମୁର୍ଦାବାଦ କହି ଏତାଦୃଶକାର୍ଯ୍ୟ ପାଇଁ କ୍ଷମା ମାଗିଥିଲେ l ବୈଠକ ରେ ପୂଝାରୀପାଲି ଅଙ୍ଗନଦୀ ବନ୍ଧ ପ୍ରତିରୋଧ କମିଟୀ ର ସମ୍ପାଦକ ଆଇନଜୀବୀ କେଶବ ସାହୁ, ପୂର୍ବତନ ସଭାପତି ମଧୁସୂଦନ ଦାସ, ପ୍ରଭାତ ସାହୁ, ପାନଲାଲ ନାଏକ, ଗୋଲକ ପ୍ରଧାନ, ପ୍ରକାଶ ପ୍ରଧାନ, ଚରଦାପାଲି ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଗିରିଶ ନାୟକ, ସାରାଇକେଲା ଗ୍ରାମପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ପଟେଲ, ସୀତାନାଥ ସାହୁ, ଅରକ୍ଷିତ ପ୍ରଧାନ,ସୁଶାନ୍ତ ସାହୁ,ସୁନୀଲ ଅଗ୍ରୱାଲ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଅଭିଭାଷଣରେ ଗୋବର୍ଦ୍ଧନ ଭୁଏ ଙ୍କୁ ତୀବ୍ର ସମାଲୋଚନା ସହ ଭୋଟ ଦିବସ ପର୍ଯ୍ୟନ୍ତ ବୁଡି ଅଂଚଳର ପ୍ରତ୍ୟେକ ଗ୍ରାମରେ ନଦୀବନ୍ଧ ସପକ୍ଷ୍ୟ ବାଦୀ ବିରୁଦ୍ଧରେ ରାଲି କରିବା ପାଇଁ ଆବାହାନ କରିଥିଲେ l ଏହାପରେ ସମ୍ବଲପୁରୀ ଗ୍ରାମର ଜନସାଧାରଣଙ୍କୁ ନେଇ ଏକ ରାଲି ଅନୁଷ୍ଠିତ ହୋଇଥିଲା l