Saturday, March 7, 2026
Homeରାଜ୍ୟପୁଅ ହେବତ ଏମିତି ।

ପୁଅ ହେବତ ଏମିତି ।

୨୬୦ କି.ମି.ପାଦରେ ଚାଲି ଚାଲି ବିସର୍ଜନ କଲେ ବାପାଙ୍କ ଅସ୍ଥି ।ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଲୁହାଖଣ୍ଡି ଗ୍ରାମ ପଞ୍ଚାୟତ ବରପଦର ଗ୍ରାମର ପୁର୍ବତନ ଶିକ୍ଷକ ତଥା ସମାଜ ସୁଧାରକ ନବୀନ ଚନ୍ଦ୍ର ପଣ୍ଡା ଯିଏକି ପୁର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ସଂତ୍ରାସ ନାରାୟଣ ପଣ୍ଡା ଙ୍କ ବାପା ଅଟନ୍ତି । ସେ ଗତ ୦୭.୦୨.୨୦୨୫ ଦିନ ଇହଲିଲା ସମ୍ଭରଣ କଲେ ।

ପ୍ରକାଶ ଥାଉକି ଆଜିର ଦୁନିଆଁ ରେ ପୁଅ ବଡ଼ ହେଲାପରେ ବୁଢା ବାପାକୁ ପରକରି ଦେଉଥିବା ବେଳେ ନିଜ ବାପାଙ୍କର ମୃତ୍ୟୁ ପୁର୍ବରୁ ସେବାକରି ମୃତ୍ୟୁ ପରେ ତାଙ୍କ ଅସ୍ଥି ବିସର୍ଜନ ପାଇଁ ପୁଣ୍ୟତୋୟା ନୃସିଂହନାଥକୁ ଦୀର୍ଘ ୨୬୦ କିଲୋମିଟର ପାଦରେ ଚାଲି ଚାଲି ଯାଇ ଆସି ଅସ୍ଥି ବିସର୍ଜନ କରି ଆଜିର୍ ଯୁବ ସମାଜ ପାଇଁ ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି ତାଙ୍କର ଦ୍ୱିତୀୟ ପୁତ୍ର ବୁବୁକ୍ଷୁ ନାରାୟଣ ପଣ୍ଡା ।

ଯିଏକି ବର୍ତ୍ତମାନ ଭାରତ ସରକାରଙ୍କ ସୈନ୍ୟ ବିଭାଗରେ କାର୍ଯ୍ୟରତ । ତାଙ୍କବାପା ନବିନ ଚନ୍ଦ୍ର ପଣ୍ଡାଙ୍କ ଜନ୍ମ ସ୍ଥାନ ବିଜେପୁର ବ୍ଳକ ମାନପୁର ଗ୍ରାମରେ ତାଙ୍କର ଏପରୀ କାମକୁ ଭୂୟସୀ ପ୍ରଶଂସା କରି ଲୋକେ ସ୍ୱାଗତ କରି ପାଦଧ୍ୟୌତ କରିଥିବା ବେଳେ ସେ ଯେତେବେଳେ ନିଜ ଗାଁ ବରପଦର କୁ ଫେରିଲେ ନାମ ସଂକିତ୍ତନ୍ୟ ଦଳସହ ଲୋକେ ପାଦଧ୍ୟୌତ କରି ସ୍ୱାଗତ କରିଥିଲେ ।

error: Content is protected !!