Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପୁଅ ଜନ୍ମ ଦିନରେ ବାପା କଲେ ଚାରା ରୋପଣ।

ପୁଅ ଜନ୍ମ ଦିନରେ ବାପା କଲେ ଚାରା ରୋପଣ।

ଝାରବନ୍ଧ(ବଂଶୀଧର ନାୟକ)- ବରଗଡ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ଡଭା ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ଜନ୍ମ ଦିନ ଉପଲକ୍ଷେ‌ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିକାଲି ଲୋକମାନେ ଜନ୍ମଦିନରେ କେକ୍ କାଟି, ନୃତ୍ୟ, ସଙ୍ଗୀତର ଆସର କରୁଥିବା ବେଳେ ନିଜ ପୁଅ “ଦିବ୍ଯାଂଶୁ”ର ଜନ୍ମଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଛନ୍ତି ଯୁବକବି ସତ୍ୟ ଭୂଷଣ ସାହୁ। ଶ୍ରୀ ସାହୁ ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଛୋଟ ଅନକୀ ଗ୍ରାମର ଅଟନ୍ତି ।

ନିଜେ ଅଧ୍ୟୟନ କରିଥିବା ନିକଟସ୍ଥ ଡଭା ଉଚ୍ଚ ବିଦ୍ୟାଳୟ, ଡଭା ଠାରେ ନିଜେ ୧୦ ଟି ସାଗୁଆନ ବୃକ୍ଷରୋପଣ କରିବା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚାରା ଦେଇ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିବା ଯୋଗୁଁ ଛାତ୍ରଛାତ୍ରୀମାନେ ମଧ୍ୟ ବୃକ୍ଷରୋପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଟିକେଶ୍ବର ପଟେଲ, କର୍ମବୀର ସାହୁ, ସଙ୍ଗୀତା ଭୁଏ, ମନୋରମା ଭୋଇ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଶ୍ରୀ ପଟେଲ ଖୁସି ବ୍ୟକ୍ତ କରି କହିଥିଲେ ଯେ -ଏହା ଏକ ସୁନ୍ଦର ନିଆରା କାର୍ଯ୍ୟକ୍ରମ, ଆଗାମୀ ଦିନରେ ଶିକ୍ଷିତ ଯୁବସମାଜ ଏପରି ପଦକ୍ଷେପ ନେଲେ ବିଶ୍ବ ତାପମାତ୍ରା ହ୍ରାସ ପାଇବାରେ ନିଶ୍ଚୟ ସହାୟକ ହେବ । ଶେଷରେ ଯୁବକବି ସତ୍ୟ ଭୂଷଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

error: Content is protected !!