ପଦ୍ମପୁର-ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ତାଲୁକ ଆଇନ ସେବା ବିଭାଗ ଆନୁକୁଲ୍ୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ରଖାଯାଇଥିଲା ।ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଉକ୍ତ ଅବସରରେ ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲା ଦୌରା ବିଚାରପତି ସୂର୍ଯ୍ୟ ନାରାୟଣ ଦ୍ବିବେଦୀ ମୁଖ୍ୟ ଅତିଥି ଓ ବରିଷ୍ଠ ସିଭିଲ ବିଚାରପତି ସୁଶ୍ରୀ କୁମୁଦିନୀ ମୁଦୁଲି ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ସାଇବର ଅପରାଧ ତଥା ଅନ୍ୟାନ୍ୟ ଆଇନଗତ ସଚେତନତା ଉପରେ ବିଶଦ ଆଲୋଚନା କରିଥିଲେ ।ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ଦାଶ ପିଲାଙ୍କୁ ସାଇବର ଠକେଇ ରୁ ନିଜକୁ ବଞ୍ଚେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ନିଜେ ଅଙ୍ଗେ ନିଭେଇ ଥିବା ସାଇବର ଅପରାଧର ଉଦାହରଣ ଦେଇ ପିଲାଙ୍କୁ ସଚେତନ କରିଥିଲେ।ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ ଏବଂ ଜ୍ୟୋତ୍ସ୍ନା ରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।’ମାଙ୍କ ପାଇଁ ଗଛ ଟିଏ ‘ ଅଭିଯାନ ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋୀମାନଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ପୂଜାରାଣୀ ନାୟକ , ରବୀନା ପଧାନ,ସଂଯୁକ୍ତା ଭୋଇ, ମନୀଷା ଭୋଇ, ବୃନ୍ଦାବତୀ ସାହୁ, ଖୁସବୁ ବରିହା , ଜ୍ୟୋତି ରେଖା ମହାନନ୍ଦ, ଅମନ କୁମାର ପଣ୍ଡା,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।



