ପଦ୍ମପୁର-ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବଭାବ କବି ସ୍ମୃତି ଚରଣ ପାଇଁ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମାନସ ଶତପଥୀ ସଭା ପରିଚାଳନା କରିଥିଲା ବେଳେ ଛାତ୍ରୀ ଶୁଭଶ୍ରୀ ସୁନା,ଶ୍ରାବଣୀ ମିଶ୍ର, ଶ୍ରାବଣୀ ସାହୁ ଓ ଆକାଂକ୍ଷା ହୋତା କବିଙ୍କ ଜୀବନୀ ବର୍ଣ୍ଣନା କରିଥିଲେ। ଶିକ୍ଷୟତ୍ରୀ ମନୀଷା ଭୋଇ, ପ୍ରଭାତୀ ପଟ୍ଟନାୟକ ଓ ପୂଜାରାଣୀ ନାୟକ ସ୍ବଭାବ କବିଙ୍କ କଳା କୃତି ଉପରେ ଆଲୋକପାତ କରିଥିଲେ।

ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ କବିବରସ୍ବଭାବ କବିଙ୍କ ପ୍ରଣୟ ବଲ୍ଲରୀରେ କଣ୍ୱ ମୁନିଙ୍କ ମାଧ୍ୟମରେ ନାରୀ ସମାଜକୁ ଯେଉଁ ଉପଦେଶ ଦେଇ ଛାତ୍ରୀ ମାନଙ୍କୁ ବୁଝେଇ ଥିଲେ। ଏହି ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଲାଭ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସଭାକୁ ସଫଳ କରିବା ପାଇଁ ଜ୍ୟୋତ୍ସା ରାଣୀ ସାହୁ,ମନିଳୀମା ରାଣୀ ମହାନ୍ତି,ଦୁଷ୍ମନ୍ତ ଛତର ଓ ଅନନ୍ୟା ଶିକ୍ଷକ ଶିକ୍ଷୟିତ୍ରୀ ସହାୟତା କରିଥିଲେ । ପରିଶେଷରେ ଖୁସବୁ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।



