
ପଦ୍ମପୁର– ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ରାଜବୋଡାସମ୍ବର ବିଇଓ ଶ୍ରୀଯୁକ୍ତ ଲୋକନାଥ ଭୋଇ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ନିଳୀମା ରାଣୀ ମହାନ୍ତିଙ୍କ ତତ୍ତ୍ଵାବଧାନ ତଥା ଅତିଥି କ୍ରୀଡା ଚନ୍ଦ୍ରମଣି ସାହୁ, ଅଶୋକ କୁମାର ସାହୁ ,କେଶବ ପ୍ରଧାନ,ସଦାନନ୍ଦ ସାହୁଙ୍କ ପରିଚାଳନାରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ୨୪ ଗୋଟି ଇଭେଣ୍ଟରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରୁ ୭୪ ଜଣ ଛାତ୍ରୀ କୃତିତ୍ୱ ହାସଲ କରିଥିଲେ । କନିଷ୍ଠ ବର୍ଗରେ ଶ୍ରଦ୍ଧା ଚୌହାନ ତଥା ବରିଷ୍ଠ ବର୍ଗରେ ଆକଂକ୍ଷା ଭୋଇ ଚାମ୍ପିଅନ ହୋଇଥିଲେ । ଦ୍ଵିଦିବସୀୟ କ୍ରୀଡା ଉତ୍ସବର ଉଦଯାପନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପହଣ୍ଡି ବିଜୟ ମେହେର ସଭାପତିତ୍ବ କରିଥିବା ବେଳେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଏସ.ଏମ.ସି ଅଧ୍ୟକ୍ଷା ବିନିଲତା ସାହୁ ,ସମାଜ ସେବୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦାବନ ଦାଶ, ମିନତି ଦାଶ, ସୁରେନ୍ଦ୍ର କୁମାର ଭୋଇ , ଜୀବନାନନ୍ଦ ସାହୁ,କ୍ରୀଡା ଶିକ୍ଷକ – ଚନ୍ଦ୍ରମଣି ସାହୁ, ଅଶୋକ କୁମାର ସାହୁ ,କେଶବ ପ୍ରଧାନ,ସଦାନନ୍ଦ ସାହୁ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ମାନସ ରଂଜନ ଶତପଥୀ ଓ ରବିନା ପଧାନ ସଭା ପରିଚାଳନା କରିଥିବା ବେଳେ ଜ୍ୟୋତ୍ସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ପୂଜା ରାଣୀ ନାୟକ, ମନୀଷା ଭୋଇ,ପ୍ରଭାତ କୁମାର ସାହୁ, ଖୁସବୁ ବରିହା,ଅମନ୍ କୁମାର ପଣ୍ଡା,ଜ୍ୟୋତି ରେଖା ମହାନନ୍ଦ,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।



