
ବରପାଲି-ବରପାଲି ଜଗନ୍ନାଥନଗର ରେଲୱେ ଓଭରବ୍ରିଜ ବାଏପାସ ରାସ୍ତା ନିର୍ମାଣରେ କିଛିନାଁ କିଛି ସମସ୍ଯା ନୁତନ ରୂପରେ ଉଭା ହୋଇ ଅଞ୍ଚଳବାସିଙ୍କ ମାନଶିକକୁ ଦୋହଲାଇ ଦେଉଥିବା ଦେଖାଯାଉଛି। ଆଜକୁ ଆଠ ବର୍ଷ ହେଲା ନିର୍ମାଣକାର୍ଯ୍ଯ ଜାରୀ ରହିଥିବା ବେଳେ ଗୋଟିଏ ସମସ୍ଯା ପୁରଣ ହେଉ ହେଉ ନୁତନ ସମସ୍ୟା ମୁଣ୍ତଶ୍ରୀ ଟେକି ନିର୍ମାଣରେ ବାଧା ସୃଷ୍ଟି କରୁଛି। କିଛି ଦିନ ପୁର୍ବରୁ ବହୁ ଦିନର ଜମି ଅଧିଗ୍ରହଣ ସମସ୍ଯା ପୁରଣ ହୋଇ ନିର୍ମାଣ କାମ ଆଗେଇଥିବା ବେଳେ ବ୍ରିଜର ଶେଷମୁଣ୍ତ ଅଞ୍ଚଳରେ ଆଉ ଏକ ରୂପରେ ଉଭା ହୋଇ ଲୋକଙ୍କ ଯାତାୟତ ସହ ଘରୁ ବାହାରିବା କଷ୍ଟଦାୟକ ହୋଇଯାଇଛି। ଗତ ପନ୍ଦର ଦିନ ପୁର୍ବରୁ ଅଧିଗ୍ରହଣ ପାଇଁ ଭିନ୍ନଭିନ୍ନ ଘରସମ୍ମୁଖ ଚିହ୍ନଟ ଭାଗ ପ୍ରସାସନ ପକ୍ଷରୁ ଭାଙ୍ଗିଥିଲେ।

ହେଲେ ଆଜକୁ ପନ୍ଦର ଦିନ ବିତି ଯାଇଥିଲେ ସୁଦ୍ଧା ଭଙ୍ଗା ଯାଇଥିବା ଇଟାପଥର ସିମେଣ୍ଟ ପଥର ଖଣ୍ତ ମାନ ଘର ସମ୍ମୁଖଭାଗରେ ପଡିରହିଛି। ସେହିପରି ଭଙ୍ଗା ଘର ସମ୍ମୁଖରେ ପଡି ରହିଥିବା ଭଗ୍ନସ୍ତୁପ ମଧ୍ୟସ୍ଥଳରେ ପୁର୍ବରୁ ରହିଥିବା ବିଦ୍ଯୁତପୋଲ ମାନ ବର୍ତ୍ତମାନ ମଧ୍ୟ ଛିଡା ରଖାଯାଇଛି। ଯାହାକି ବିଦ୍ଯୁତ ପୋଲର ସ୍ଥାନାନ୍ତର ହୋଇ ପାରୁନଥିବାରୁ ଭଗ୍ନସ୍ତୁପ ସଫେଇରେ ବାଧା ଦେଖା ଦେଉଥିବା ବେଳେ ନିର୍ମାଣକାର୍ଯ୍ଯ ବନ୍ଦ ରଖାଯାଇଛି। ଅଞ୍ଚଳବାସୀ ସମସ୍ଯାର ସମାଧାନ ଉପରେ କାର୍ଯ୍ଯକର୍ତ୍ତା ମାନଙ୍କୁ ପଚାରିଲେ ସେଇ ଗୋଟିଏ କଥା ବିଦ୍ଯୁତଖୁଣ୍ଟ ସ୍ଥାନାନ୍ତର ହେଲେ ନିର୍ମାଣ କାମ ଆଗେଇବ। ହେଲେ ପୋଲ କେବେ ଉଠା ନାହିଁ। ଅଥଚ ଭଙ୍ଗାଘର ଲୋକେ ଘରୁ ବାହାରିବା ଅସମ୍ବାଳ ହୋଇ ହନ୍ତସନ୍ତରେ ପକାଇରଖିଛି। ସମସ୍ଯାର ସମାଧାନ ଦିଗରେ ପ୍ରସାସନିକ ଗୁରୁତ୍ବ ଦେବାକୁ ଅଞ୍ଚଳବାସି ଦାବୀ ଜଣାଇଛନ୍ତି।



