Saturday, March 7, 2026
Homeଖେଳପିଏମଶ୍ରୀ ମାଣ୍ଡୋସିଲ ହାଇସ୍କୁଲରେ ଇଣ୍ଟର ସ୍କୁଲ କ୍ରିକେଟ ଚମ୍ପିୟାନସିପ ।

ପିଏମଶ୍ରୀ ମାଣ୍ଡୋସିଲ ହାଇସ୍କୁଲରେ ଇଣ୍ଟର ସ୍କୁଲ କ୍ରିକେଟ ଚମ୍ପିୟାନସିପ ।

ଢେଙ୍କିମୁଣ୍ଡା ହାଇସ୍କୁଲକୁ ହରାଇ ଛିନ୍ଦେଇକେଲା ହାଇସ୍କୁଲ ଚମ୍ପିୟାନ ।

ପାଇକମାଲ-ପାଇକମାଲ ବ୍ଳକ ପିଏମଶ୍ରୀ ମାଣ୍ଡୋସିଲ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମୀନତି ଟେଟେଙ୍କ ସଭାପତିତ୍ବରେ ଇଣ୍ଟର ସ୍କୁଲ କ୍ରିକେଟ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ମାଣ୍ଡୋସିଲ ସରପଞ୍ଚ ଓମ୍ ପ୍ରକାଶ ନାୟକ ଓ ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷୟିତ୍ରୀ ମୀନତି ଟେଟେ ଯୋଗଦେଇ ଖେଳ ଉଦଘାଟନ କରିଥିଲେ। ଏଥିରେ ମାଣ୍ଡୋସିଲ, ପାଇକମାଳ,ପଲସଦା, ଛିନ୍ଦେଇକେଲା, ଢେଙ୍କିମୁଣ୍ଡା,ଜାମସେଠ, ବରତୁଣ୍ଡା, ନୃସିଂହନାଥ ଏସଏସଡି ସ୍କୁଲ ଯୋଗଦେଇଥିଲେ। ଛିନ୍ଦେଇକେଲା ହାଇସ୍କୁଲ ଓ ଢେଙ୍କିମୁଣ୍ଡା ହାଇସ୍କୁଲ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିବା ବେଳେ ଛିନ୍ଦେଇକେଲା ହାଇସ୍କୁଲ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାଣ୍ଡୋସିଲ ହାଇସ୍କୁଲ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ଡନସନା ଓ ସମ୍ମାନିତ ଅତିଥି ଶିକ୍ଷକ ଅନିରୁଦ୍ଧ ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ ମୀନତି ଟେଟେ, ଅଶ୍ବୀନ ସାହୁ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ।ଏଥିରେ ନରହରି ସିଂ, ନୀଳମଣି ବରିହା, ବିକ୍ରମ ସିଂ, ଅଭିଜିତ ରାୟ, ଶଙ୍କରଲାଲ ମହାନନ୍ଦ, କୃଷ୍ଣ ବାଗ,ସଙ୍ଘମିତ୍ରା ବେହେରା, ଅର୍ଜୁନ ଜେନା, ବାଞ୍ଛାନିଧି ଦାଶ, ପଦ୍ମଲୋଚନ ମାଝୀ, ରୁଦ୍ରମଣୀ ବୈଠାରୁ, ସଦାନନ୍ଦ ଭୋଇ, ସବିତା ସାହୁ, ନୀଳମଣି ପୁଟା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!