
ପଦ୍ମପୁର– ସହରାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଇପଯାଗେ ପାଣି ଯୋଗାଇ ଦିଆଯାଏ । ପଦ୍ମପୁର ଏନଏସି ଅଧିନସ୍ଥ ସୂର୍ଯ୍ୟନଗର ଅଞ୍ଚଳର ଆରଡବ୍ଲୁଏସଏସ କାର୍ଯ୍ୟାଳୟ ନିକଟସ୍ଥ ଗଳିରେ ଆଜିଯାଏ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପିଇବା ପାଣି ଯୋଗଇ ଦିଆଯାଉନାହିଁ । ଦୀପ ତଳ ଅନ୍ଧାର ସଦୃଶ ସହର ମଧ୍ୟଭାଗରେ ଅବସ୍ଥିତ ସୂର୍ଯ୍ୟନଗର କିଛିକାଂଶକୁ ପାନୀୟ ଜଳ ନ ଯୋଗାଇ ଏକ ଦୁର୍ଭାଗ୍ୟ ଜନକ । ପିଇବା ପାଣି ପାଇପ ବିଛାଇବା ଆଳରେ ମାଟି ଖୋଲି ଠିକାଦାର ଫେରାର ମାରିଥିବା ପରି ଘଟଣା ସାମନାକୁ ଆସିଛି । ପ୍ରାୟ ଛଅ ମାସ ପୂର୍ବରୁ ଏହି ଗଳିରେ ପିଇବା ପାଣି ଯୋଗଇ ଦେବା ପାଇଁ କିଛି ଲୋକ ଆସି ରାସ୍ତା ଖୋଲିଲେ ।

ଏହି ଗଲିରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ପାଇବାର ଆଶା ପ୍ରକଟ ହୋଇଥିଲା । ଦୀର୍ଘ ଛଅ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପାଇପ ବିଛାଇବା ଦୂରର କଥା , ଯେମିତି ମାଟି ଖୋଲିଥିଲେ ସେମିତି ପଡିରହିଛି । ଫଳରେ ଏଠାରେ ବସବାସ କରୁଥିବା ଲୋକଙ୍କ ଯିବା ଆସିବାରେ ବହୁ ଅସୁବିଧା ଭୋଗୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ଏହି ଗଲିର ଜନସାଧାଣଙ୍କୁ ଅଣଦେଖା କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ପାଣି ପାଇପ ବିଛାଇବା ସହ ବିଶୁଦ୍ଧା ପାନୀ୍ୟ ଜଳ ଯୋଗାଇ ଦେବା ପାଇଁ ଜନସାଧାରଣ ଦାବୀ କରିଛନ୍ତି ।



