ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ଅନ୍ତର୍ଭୁକ୍ତ ପାହାଡ଼ଶିରଗୀଡ଼ାର କ୍ରିସ୍ଟିଆନ୍ ପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀମତୀ ହୋସନାରା ବେଗଙ୍କର ସଭାପତିତ୍ବରେ ମାଉଣ୍ଟ ଏକ୍ସପ୍ଲୋର ତରଫରୁ ବିଶ୍ଵ ଧରିତ୍ରୀ ଦିବସ ପାଳିତ ହୋଇ ହୋଇଯାଇଛି। ମୁଖ୍ୟ ଅତିଥୀ ଭାବରେ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଯୋଗଦେଇ ବିଶ୍ବ ଉତ୍ତାପନ ଓ ଏହାର କୁପ୍ରଭାବ, ଜଳବାୟୁ ପରିବର୍ତ୍ତନ, ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ଏଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ।
ପଶୁ ପକ୍ଷୀ ସୁରକ୍ଷା କିପରି କରିବା ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଭାବରେ ବୁଝାଇଥିଲେ l ଆଦର୍ଶ ମହାପାତ୍ର ଓ ମୁନା ନାଏକ ବର୍ଜ୍ୟବସ୍ତୁ ପରିଚଳନା ଓ ପରିବେଶ ସୁରକ୍ଷା ସମ୍ପର୍କୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। l ଏହି କାର୍ଯ୍ୟକ୍ରମରେ ୬୩ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିବା ସଙ୍ଗେ ସଙ୍ଗେ ଶ୍ରେଣୀ ଶିକ୍ଷକ ବୀଣାପାଣି କୁମ୍ଭାର, ସୁଶାନ୍ତି ସୁରିନ ଓ ଝରଣା ନାଏକ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଯୋଗଦେଇଥିଲେ l