Monday, November 25, 2024
spot_imgspot_imgspot_img
Homeରାଜ୍ୟପାଣି ଓ ବିଦ୍ୟୁତ୍ ପାଇଁ ଡହଲ ବିକଲ୍ ଚିତାରମା ଗ୍ରାମବାସୀ ।

ପାଣି ଓ ବିଦ୍ୟୁତ୍ ପାଇଁ ଡହଲ ବିକଲ୍ ଚିତାରମା ଗ୍ରାମବାସୀ ।

ନୂଆପଡା – ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନଙ୍ଗଲବୋଡ ପଞ୍ଚାୟତର ଚିତାରମା ଗ୍ରାମର ଲୋକଙ୍କୁ ସରକାର ବିଦ୍ୟୁତ୍,ପାନୀୟ ଜଳ ତଥା ଶିକ୍ଷା କ୍ଷେତ୍ରରେ ଅଣଦେଖା କରୁଛନ୍ତି ।ଏହି ଗ୍ରାମଟି ରାଜସ୍ବ ଗ୍ରାମ ।ଏହାର ପାଲି ଗ୍ରାମ ଗୁଡ଼ିକ ହେଉଛି ଝୋଲା ପଡା ଓ ପଟନିଆ ପଡା ।ଗୋଟିଏ ଅଙ୍ଗନୱାଡ଼ି କେନ୍ଦ୍ର ଅଛି କିନ୍ତୁ ଏଠାକାର ଶିକ୍ଷା ସମାପ୍ତିପରେ ପ୍ରାଥମିକ ବିଦ୍ୟାଳୟ ନଥିବା ହେତୁ ଛାତ୍ର ଛାତ୍ରୀ ଆଉ ପ୍ରାଥମିକ ତଥା ଉଚ୍ଚ ଶିକ୍ଷା ପାଇପରୁନାହାନ୍ତି ।ନଦୀ ଡେ଼ଇଁ ୨ କିଲୋମିଟର ଦୂରରେ ସିନ୍ଦୂରଶିଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଏତେ ଛୋଟ ଛୋଟ ପିଲା ପଢ଼ିବା ପାଇଁ ଯିବା ଭାରି କଷ୍ଟ ।ଉଚ୍ଚ ଶିକ୍ଷା ଏମାନଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି ।ଗାଁକୁ ୩୦ ରୁ ୪୦ ଟି ବଡ଼ ସୋଲାର ମାଧ୍ୟମରେ ବିଦ୍ୟୁତ୍ ଆଲୋକ ଦେବାକୁ ସମସ୍ତଙ୍କ ଘରକୁ ସଂଯୋଗ କରାଯାଇଛି କିନ୍ତୁ ବିଦ୍ୟୁତ୍ ଯାଏନି । ସୋଲାର ବ୍ୟାଟେରୀ ଠିକ୍ ନାହି ବୋଲି ଅଧ ଘଣ୍ଟା ପରେ ଲୋକ ପୁଣି ଅନ୍ଧାରରେ ବଞ୍ଚିବା ଅଭ୍ୟାସ ହୋଇଗଲାଣି ।ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଓଭର ଟ୍ୟାଙ୍କ ବସାଇଛନ୍ତି ,ସୋଲାର ଲଗା ଯାଇଛି ,ମୋଟର ବ୍ୟବସ୍ଥା କରି ନଦୀରୁ ପାଣି ଯୋଗାଇବାର ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଛି । ଦୁଆର ଢାଳିବା,ଛୋଟ ଛୁଆ ତଥା ବୃଦ୍ଧ ମନଙ୍କୁ ଗାଧୋଇବା,ବାସନ ଧୋଇବା,ପିଇବା ଭଳି ଇତ୍ୟାଦି ଘର କାମରେ ପାଣିର ଆବଶ୍ୟକତା ହେତୁ ମହିଳାମାନେ ନଦୀକୁ ବାରମ୍ବାର ଯାଇ ପାଣି ବୋହି ଘରକୁ ଆସିବା ସରକାରଙ୍କ ସହଯୋଗ ନା ଅଭିଶାପ ।ନଦୀରେ ଚୁଆ ଖୋଲି ଜୀବନ ବଞ୍ଚାଇବାକୁ ପାନୀୟ ଜଳ ଆଣିବା ଏମାନଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ।କେବେ ମୁକ୍ତି ପାଇବେ ଏହି ସମସ୍ୟାରୁ ତା’ରି ଅନ୍ୱେଷଣରେ ପାହାଡ ଘେରା ଆଦିବାସୀ । ବର୍ତ୍ତମାନ ଏହି ନିରୀହ ଜଂଗଲୀ ଆଦିବାସୀ ଲୋକ ଦୁଃଖ ଉପରେ ଦୁଃଖ ମୁଣ୍ଡରେ ଲଦି ହୋଇ ବାରମ୍ୱାର ନେତା ଓ ସରକାରୀ ବାବୁମାନଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ସୁବିଧା ପାଇପାରୁ ନାହାନ୍ତି ।ଗ୍ରାମର ୧.୫ କିଲୋମିଟର ଦୂରରେ ନଙ୍ଗଲ ଘାଟ ପଡା ପାଖରେ ବିଦ୍ୟୁତ୍ ଖୁଣ୍ଟ ସହ ସେଠାକାର ଲୋକ ବିଦ୍ୟୁତ୍ ଲାଇଟ୍ ପାଇଛନ୍ତି ଏବଂ ଅନ୍ୟପଟେ ସିନ୍ଦୂର ଶିଲ ଗ୍ରାମରୁ ବିଦ୍ୟୁତ୍ ଖୁଣ୍ଟ ବଢାଇ ଚିତାରମା ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରିବାକୁ ୧ କିଲୋମିଟର ମଧ୍ୟ ପଡ଼ିବନି ତଥା ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଖରା ଦିନରେ ନିରୀହ ଆଦିବାସୀଙ୍କ ସମସ୍ୟା ଦୂର କରିବାକୁ ସାଧାରଣରେ ଦାବି ରହୁଥିବାବେଳେ ଗ୍ରାମବାସି କହନ୍ତି କି ସରକାର ଉପରୋକ୍ତ ଅସୁବିଧାର ସମାଧାନ ନ କଲେ ଆସନ୍ତା ବିଧାନ ସଭା ଓ ପାର୍ଲିଆମେଣ୍ଟ ନିର୍ବାଚନରେ ଭୋଟ ବର୍ଜ୍ଜନ କରିବେ ।

error: Content is protected !!