Saturday, March 7, 2026
Homeରାଜ୍ୟପାଞ୍ଚ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଉଲୁଣ୍ଡା ବ୍ଲକ ସରପଞ୍ଚ ସଂଘ ।

ପାଞ୍ଚ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଉଲୁଣ୍ଡା ବ୍ଲକ ସରପଞ୍ଚ ସଂଘ ।

ଉଲୁଣ୍ଡା(ରାଜେଶ କୁମାର ବାଘ)-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସରପଞ୍ଚ ସଂଘ ୫ଦଫା ଦାବି ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଇଛନ୍ତି। ଜିଲ୍ଲାପାଳ ନୃପରାଜ ସାହୁଙ୍କୁ ଭେଟି ଦାବିପତ୍ର ଦେବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଉଲୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଶୋକ ପଣ୍ଡା ଓ ସମ୍ପାଦକ ଯଶୋବନ୍ତ ପଣ୍ଡା ଓ ସଂଘର କର୍ମକର୍ତ୍ତା ସଭ୍ୟମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଯାଇଥିଲେ।ପ୍ରଥମ ଦାବିହେଲା ପଞ୍ଚମ ରାଜ୍ୟ ଅର୍ଥ କମିଶନ ୨୦୨୫/୨୬ ପଞ୍ଚାୟତଗୁଡିକୁ ପ୍ରଦାନ କଲେ।କିନ୍ତୁ ଉଲୁଣ୍ଡା ବ୍ଲକର ସମୁଦାୟ ୧୭ପଞ୍ଚାୟତରୁ ୭ଟି ପଞ୍ଚାୟତ ତାଲିକା ଭୁକ୍ତ ଥିବା ବେଳେ ଅନ୍ୟ ୧୦ଟି ପଞ୍ଚାୟତ ବାଦ୍ ପଡିଛି।

ନଳକୂପ ମରାମତି କର୍ମଚାରୀ,ଜଳଛତ୍ର କର୍ମଚାରୀ ଙ୍କ ଦରମା ଶ୍ରୀଘ୍ର ଯୋଗାଇଦେବା ନିମନ୍ତେ କୁହାଯାଇଛି। ଦ୍ଵିତୀୟ ଦାବି ହେଲା ମୃତ୍ୟୁ ପରେ ଶବସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ୮ମାସ ହେବ ବନ୍ଦହୋଇଛି ପୁଣି କାର୍ଯ୍ୟକାରୀ କରିବା ନିମନ୍ତେ । ତୃତୀୟ ଦାବି ହେଲା ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ପଞ୍ଚାୟତ ପାଇଁ ୨୦ଟି ପ୍ରଜେଟ ଲିମିଟ ରହିଛି,ଏବେ ମନରେଗା କାର୍ଯ୍ୟ ଠପ୍ ହୋଇଛି ଏଉପରେ ନୀତିନିୟମ ପରିବର୍ତ୍ତନ କରାଯାଉ। ଚତୁର୍ଥ ଦାବି ହେଲା ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ମଧୁବାବୁ ପେନସନ ଯୋଜନା ରେ ନୂତନ ଉପଯୁକ୍ତ ହିତାଧିକାରୀ ବଞ୍ଚିତ ଅଛନ୍ତି ।

ପ୍ରତି ପଞ୍ଚାୟତରେ ୫୦/୭୦ଜଣ ବଞ୍ଚିତ ଥିବା ବେଳେ ୮୦ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ୩୫୦୦ଟଙ୍କା ଭତ୍ତା ବଞ୍ଚିତ ଅଛନ୍ତି।ଏଣୁ ସମସ୍ତଙ୍କୁ ସାମିଲ କରାଯାଇ ଯୋଗାଇଦେବାକୁ ଦାବି କରାଯାଇଛି।ପଞ୍ଚମ ଦାବି ହେଲା ଏକ ବର୍ଷରୁ ଅଧିକ ହେବ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧିକ ଭତ୍ତା ଯୋଜନା ବ୍ୟାଙ୍କ ଦ୍ଵାରା ପାଉଥିବା ହିତାଧିକାରୀ ବାର୍ଦ୍ଧକ୍ୟ ହେତୁ ଶଯ୍ୟାଶାୟୀ ହେବା ପରେ ମଧୁବାବୁ ଯୋଜନାରେ ପାଇବାର ସୁବିଧା ରହିଛି ।ଫଳରେ ଶଯ୍ୟାଶାୟୀ ବ୍ୟକ୍ତି ବ୍ୟାଙ୍କ କୁ ଆସି ଟଙ୍କା ନେବା ସମ୍ଭବ ହେଉ ନାହିଁ। ଅତିଶୀଘ୍ର ଏସବୁର ପ୍ରତିକାର ପାଇଁ ଦାବି କରାଯାଇଛି ।

error: Content is protected !!