Saturday, March 7, 2026
Homeରାଜ୍ୟପାଞ୍ଚଦିନିଆ ଉତ୍କର୍ଷ ତାଲିମ ଶିବିର ଉଦଯାପିତ ।

ପାଞ୍ଚଦିନିଆ ଉତ୍କର୍ଷ ତାଲିମ ଶିବିର ଉଦଯାପିତ ।

ପଦ୍ମପୁର-ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ପରିସରରେ ଛାତ୍ରଛାତ୍ରୀଙ୍କ ଗଣିତ,ବିଜ୍ଞାନ,ଇଂରାଜୀ ଏବଂ ଓଡିଆ ବିଷୟର ଗୁଣାତ୍ମକ ଦକ୍ଷତାର ବିକାଶ ଉଦ୍ଦେଶ୍ୟରେ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉକ୍ତ ବିଷୟଗତ ଜ୍ଞାନର ଅଭିବୃଦ୍ଧି ନିମିତ୍ତ ପାଞ୍ଚଦିନିଆ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ୨୦୨୪-୨୫ ଶିବିର ଉଦଯାପିତ ହୋଇଯାଇଛି। ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୁଡାମଣି ବାରିକ୍ ,

ସମ୍ମାନିତ ଅତିଥି ଭାବେ ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜମଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ ।ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିଳାଷ ସାହୁ ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ପ୍ରଧାନ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାଧନକର୍ମୀ ଭାବେ ଡଭା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଟିକେଶ୍ଵର ପ୍ରସାଦ ପଟେଲ

ଏବଂ ପଲସଦା ଉଚ୍ଚ ବିଦ୍ୟାଳୟର ଯତୀନ୍ଦ୍ର ଦୀପ୍ ଯୋଗଦାନ କରିଥିଲେ। ସମସ୍ତ ଅତିଥି ଏହି ତାଲିମ ଶିବିର ସମ୍ପର୍କରେ ନିଜ ନିଜ ଅଭିଭାଷଣ ରଖିଥିଲେ । ଉକ୍ତ ତାଲିମ ଶିବିରରେ ବିଜେପୁର,ଗାଇସିଲେଟ,ଝାରବନ୍ଧ ,ପାଇକମାଳ ଏବଂ ରାଜବୋଡ଼ାସମ୍ବର ବ୍ଲକର ୨୪୦ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୬୦ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେବା ପାଇଁ ଯୋଗଦାନ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଭାସିନୀ ସା ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!