ପାଇକମାଳ(ବିଦ୍ୟାଧର ସାହୁ)-ପାଇକମାଳ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋହିତ କୁମାର ବାରିକଙ୍କ ସଭାପତିତ୍ବରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ସମ୍ପର୍କରେ ଏକ ଉଚ୍ଚକୋଟୀର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ବାରିକ ବିଭିନ୍ନ ସମାଲୋଚକ ତଥା ରାଷ୍ଟ୍ରନୀତିଜ୍ଞ ମାନଙ୍କ ମତକୁ ଆଧାର କରି ପ୍ରସ୍ତାବନା ସଂପର୍କିତ ଅନେକ ତଥ୍ୟ ଉପସ୍ଥାପନ କରିଥିବାବେଳେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ର ସୁରଜ ପ୍ରଧାନ, ସୌମ୍ୟରଞ୍ଜନ ହୋତା, ଛାତ୍ରୀ ଭାରତୀ ପଟେଲ ପ୍ରସ୍ତାବନା ସଂପର୍କିତ ପ୍ରବନ୍ଧ ପାଠ କରିଥିଲେ ।

ଉକ୍ତ ଆଲୋଚନା ଚକ୍ରର ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଛାତ୍ରଛାତ୍ରୀଙ୍କ ପ୍ରବନ୍ଧ ସଂପର୍କରେ ମତାମତ ଦେବା ସହ ସମ୍ବିଧାନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ୍ତ କୁମାର ସାହୁ, ପ୍ରଦୀପ କୁମାର ଦେୱାନ , ଅଧ୍ୟାପିକା ମୀନା କୁମାରୀ ସାହୁ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।ଅଧ୍ୟାପକ ଅଭିନାଶ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ପୁଷ୍କମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ତଥା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଆଲୋଚନା ଚକ୍ରଟିକୁ ସଫଳ କରିଥିଲେ l




