Saturday, March 7, 2026
Homeଅଘଟଣପାଇକମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ।

ପାଇକମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ।

ପାଇକମାଳ(ବିଦ୍ୟାଧର ସାହୁ)-ବରଗଡ ଜିଲା ପାଇକମାଳ ବ୍ଲକର କଂଗ୍ରେସ ଦଳ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଜନତା,ତେଣୁ ସମସ୍ତ ଦୋକାନ ବଜାର, ଯାନବାହାନ ଗୁରୁବାର ବନ୍ଦ ହୋଇଯାଇଛି । ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟରେ ଅଧୟନରତ ଛାତ୍ରୀ ସୋମ୍ୟାଶ୍ରୀ କଲେଜ କର୍ତୃପକ୍ଷ, ପ୍ରଶାସନଙ୍କୁ ତାଙ୍କର ହୃଦୟ ବିଦାରକ କରୁଣା କାହାଣୀ ଜଣାଇଥିଲେ । ହେଲେ କାହାରି ପାଖରୁ ନ୍ୟାୟ ନ ପାଇବାରୁ ଶେଷରେ ମୃତ୍ୟୁକୁ ଆପଣାଇ ନିଜ ଦେହରେ ପେଟ୍ରୋଲ ଢାଳି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଏହାର ପ୍ରତିବାଦରେ ଆଜି ସାରା ରାଜ୍ୟରେ କଂଗ୍ରେସ ତଥା ଅନ୍ୟ କିଛି ଦଳ ସାମୁହିକ ଭାବେ ବନ୍ଦ ଡାକରା କରିଥିଲେ। ପାଇକମାଳ ଛକରେ କଂଗ୍ରେସ ବ୍ଲକ ସଭାପତି ବିଜୟାନନ୍ଦ ପଟ୍ଟନାୟକ,ପୂର୍ବତନ ସଭାପତି ବିନୋଦ କାଳିଆ,ମନୋଜ ତ୍ରିବେଦୀ, ଗଜରାଜ ସିଂ ପୁଟା,ସନ୍ତୋଷ ପାଣିଗ୍ରାହୀ, ମହେନ୍ଦ୍ର ଖୁଣ୍ଟିଆ, ଅଶ୍ୱିନୀ ପଟେଲ, ବିନୋଦ ବିଶ୍ୱାଳ,ପ୍ରାଣବନ୍ଧୁ ଦାଶ, କ୍ଷତ୍ରୀୟ ଲୁହାର,ରାହାସ ସାହୁ, ବିକାଶ ବହିଦାର, ଗତିକ୍ରିଷ୍ଣ ନାୟକ, ପିରବତୀ ନାୟକ, ପ୍ରହଲ୍ଲାଦ ସରାପ, ସରୋଜ ବାରିକ, ଉମାକାନ୍ତ ବାଗ, ପଙ୍କଜ ବାଗ ପ୍ରମୁଖ ପାଇକମାଳ ବନ୍ଦ ଡାକରାରେ ସାମିଲ ହୋଇଥିଲେ।

error: Content is protected !!