ପାଇକମାଲ(ବିଦ୍ୟାଧର ସାହୁ)-ପାଇକମାଳ କଲୋନୀପଡା ପଡା ନିକଟସ୍ଥ କେନାଲ ରାସ୍ତାରେ ଜନୈକ ଯୁବକକୁ ଛୁରା ଓ ଖଣ୍ତା ମାଡ ଘଟଣାରେ ପାଇକମାଳ ପୁଲିସ ୩ ଜଣଙ୍କୁ ଗିରଫ କରି ପଦ୍ମପୁର କୋଟକୁ ବୁଧବାର ପଠାଇଛି । ସମ୍ବଲପୁର ସାଇଣ୍ଟିଫିକ ଟିମର ବିଜୟଲକ୍ଷ୍ମୀ ତିର୍କୀ ଓ ତାଙ୍କ ସହ ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳେ ପହଞ୍ଚି ୨ ଗୋଟି ଖଣ୍ତା ଓ ଗୋଟିଏ ଗାମୁଛା ଓ ରକ୍ତ ସାମ୍ପୁଲ ଜବତ କରିଥିଲେ । ଏନେଇ ପାଇକମାଳ ଥାନା କେସ ନଂ ୧୧୦ ତା୨୦/୨୫ ଦଫା ୧୨୬ (୨) ୧୧୫ (୨) ୧୧୮(୧) (୨) ୧୦୯ (୧) ୩ (୫) ୨୫/୨୭ ଆର୍ମ ଆକ୍ଟ ବିଏନଏସରେ ଅଭିଯୁକ୍ତ ପାଇକମାଳର ଦିନେଶ ରାଓ (୩୦) ପଦ୍ମନାଭ ଚାନ୍ଦ (୨୦) ସାଲେପାଲିର ଜନ୍ତୁ/ ନିଲୁ ତାଣ୍ତି (୨୦)ଙ୍କୁ ବୁଧବାର ଗିରଫ କରାଯାଇ ପଦ୍ମପୁର କୋଟକୁ ଚାଲଣ କରାଯାଇଛି ।

ପ୍ରକାଶ ଥାଉକି , ମଙ୍ଗଳବାର ୭ଟା ୩୦ ମିନିଟ ସମୟରେ କଲୋନୀପଡା ନିକଟସ୍ଥ କେନାଲ ରାସ୍ତାରେ କୋକନରା ଗ୍ରାମର ସୋନୁ ବାରିକ (୩୦)କୁ ପୂର୍ବ ଶତ୍ରୁତାକୁ ନେଇ କେତେଜଣ ଦୃର୍ବୁତ୍ତମାନେ ରକ୍ତାକ୍ତ ଅବସ୍ତାରେ ରାସ୍ତା କଡରେ ଥିବା ଶୁଖା କେନାଲରେ ପକାଇ ଦେଇଥିଲେ । ସେ ଗୁରୁତର ଅବସ୍ଥାରେ ପଡିଥିବା ଖବର ପରିବାର ଲୋକେ ପାଇବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳେ ପହଞ୍ଚି ପାଇକମାଳ ସରକାରୀ ଚିକିତ୍ସାଳୟକୁ ଆଣିଥିଲେ । ସେଠାରୁ ପଦ୍ମପୁର ଓ ପରେ ବୁର୍ଲାକୁ ସ୍ଥାନାତରିତ କରାଯାଇଛି । ତାର ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିବାର ଜଣାପଡିଛି ।


