Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଶ୍ଚିମ ଓଡିଶା ବାର୍ତ୍ତାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ।

ପଶ୍ଚିମ ଓଡିଶା ବାର୍ତ୍ତାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ।

ପଦ୍ମପୁର-ପଶ୍ଚିମ ଓଡିଶା ବାର୍ତ୍ତାର ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା ସଭା ପଦ୍ମପୁର ଉଦୟନାଥ ଫର୍ନିଚର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଡିଲେଶ୍ଵର ବାଗଙ୍କ ସଭାପତିତ୍ଵରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ବରେଣ୍ୟ ଅତିଥି ପଦ୍ମପୁର ଓକିଲ ସଂଘ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା,ବିଜ୍ଞାପିତ ଅଞ୍ଚଳପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ,ଆଇନଜୀବି ଅଜିତ ଶତପଥି, କଟକ ବଡ଼ ମେଡିକାଲ ଅସ୍ଥିଶଲ୍ୟ ବିଶେଷଜ୍ଞ ଡଃ ରୋଶୁନ ରାଥ,ମୁଖ୍ୟବକ୍ତା ଭାବେ ଭଟଲି ଦଧିବାମନ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଯୋଗଦେଇଥିଲେ ।

ପ୍ରଥମେ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରଯାଇଥିଲା । ମାତ୍ର ଦୁଇ ବର୍ଷରେ ନିରବଚ୍ଛିନ୍ନ ଭାବେ ସମାଜର ଅବହେଳିତ ଓ ସାଧାରଣ ଜନତାଙ୍କ ଶିକ୍ଷା,ସ୍ୱାସ୍ଥ୍ୟ ସମସ୍ଯା ଉପରେ ଖବର ପ୍ରକାଶ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଅତିଥିମାନେ ମତପୋଷଣ କରିବା ସହ ସମ୍ପାଦକଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦିବସ ସାହୁ, ଦୀପା ବାରିକ, ରଞ୍ଜନ ପଣ୍ଡା,ଶେଷଦେବ ଦାସ,ଆଶିଷ ଜ୍ୟୋତିଷ,ଲିଟିଲ ହେଲ୍ପ ସରେଇକେଲା,

ମାରୱାଡି ସମାଜ ପଦ୍ମପୁର, ସ୍ୱାସ୍ଥ୍ୟକର୍ମୀ ବିଶ୍ୱଳୟା ସାହୁ, ଆଶାକର୍ମୀ ଗୀତାଞ୍ଜଳି ବନଛୋର, ଜ୍ୟୋତିର୍ବିଦ ଆଶୁତୋଷ ପାଣିଗ୍ରାହୀ, କବି, ଶିକ୍ଷକ ପ୍ରେମାନନ୍ଦ ବେହେରା, ଦେବେନ୍ଦ୍ର ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର, ତ୍ରିପାଠୀ ହୋଟେଲ ପଦ୍ମପୁର, ମିନାକ୍ଷୀ ଜ୍ୱେଲେରୀ ପଦ୍ମପୁର,ଗୋଲଡେନ ଷ୍ଟାର କ୍ରିକେଟ କ୍ଳବ ଖଇରପାଲି,ସଫଳ ଚାଷୀ ଯୋଗେଶ୍ୱର ପ୍ରଧାନ ସେମେଲମୁଣ୍ଡା ଆଦି ଅନନ୍ୟ ପ୍ରତିଭାଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରଯାଇଥିଲା l

ପଦ୍ମପୁର ପ୍ରିଣ୍ଟ ମିଡ଼ିଆର କିରଟି ସାହୁ,ଲାଳବିହାରୀ ମିଶ୍ର,ରତ୍ନମଣି ଶତପଥି,ଅଶ୍ୱିନୀଧରୁଆ,ସୁଦାମ ପ୍ରଧାନ, ସୁରେନ୍ଦ୍ର ମେହେର,ଧିରେନ ମହାନ୍ତି, କୁଞ୍ଜ ସାହୁ ଆଦି ବରିଷ୍ଠ ସାମ୍ବାଦିକ ଗଣଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବୈତାଳି କ୍ଲଷ୍ଟରର ସାଂସ୍କୃତିକ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ , ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା I ଶିକ୍ଷକ ନିରାକାର ପ୍ରଧାନ ମଞ୍ଚ ସଂଚାଳନ କରିଥିଲେ I ସର୍ବଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!