Saturday, March 7, 2026
Homeଅଘଟଣପରିବା ବୋଝେଇ ଡାଲା ଗାଡି ଦୁର୍ଘଟଣାଗ୍ରସ୍ତ:ଡ୍ରାଇଭର ଗୁରୁତର ।

ପରିବା ବୋଝେଇ ଡାଲା ଗାଡି ଦୁର୍ଘଟଣାଗ୍ରସ୍ତ:ଡ୍ରାଇଭର ଗୁରୁତର ।

ଗାଇସିଲେଟ(ରିଙ୍କୁ ଦେବତା)– ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଗୁଦେରପାଲି ଠାରେ ଏକ ପରିବା ବୋଝେଇ ଡାଲା ଗାଡି ଓଡି ୧୭ ଏଇ ୬୨୪୦ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୁଚନା ଅନୁସାରେ ପଦ୍ମପୁରରୁ ବରଗଡ଼ ଅଭିମୁଖେ ଯାଉଥିବା ଏକ ପରିବା ବୋଝେଇ ଡାଲା ଗାଡି ଗୁଦେରପାଲି ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଗାଡିର ଡ୍ରାଇଭର ଭଟଲି ଥାନା ଅର୍ନ୍ତଗତ ହାତୀସର ଗାଁର ୪୨ ବର୍ଷୀୟ ବାଲ୍ମୀକ ପାଇକ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଡାକ୍ତରଖାନା ପଠାଇଥିଲେ।

error: Content is protected !!