Monday, April 21, 2025
spot_imgspot_imgspot_img
Homeଅଘଟଣପରଲୋକରେ ରଞ୍ଜିତ ସାହୁ ।

ପରଲୋକରେ ରଞ୍ଜିତ ସାହୁ ।

ପଦ୍ମପୁର-ପଦ୍ମପୁର କଲେଜ ରୋଡସ୍ଥିତ ଉମା ମେଡ଼ିକାଲ ଷ୍ଟୋରର ପ୍ରତିଷ୍ଠାତା ରଞ୍ଜିତ ସାହୁଙ୍କ ୫୦ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହେଇଯାଇଛି । ସ୍ବର୍ଗତ ସାହୁ ଜଣେ ମିଷ୍ଟଭାଷୀ, ମେଳାପୀ ତଥା ମିଜାଜ୍ ପ୍ରକୃତିର ବ୍ୟକ୍ତି ଥିଲେଣ। ସେ ଗାଁରେ ରହୁଥିବା ସମୟରେ ଗାଁ ମାଟିର ସେବାରେ ନିଜକୁ ନିୟୋଜିତ କରି ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିଲେ। ସେ ନିଜ ଅଞ୍ଚଳରେ ଜଣେ ରାଜନେତା, ଅଭିନେତା ତଥା ଚିକିତ୍ସକ ଭାବେ ପରିଚିତ ।

ଚିକିତ୍ସା କ୍ଷେତ୍ରର ବହୁ ବର୍ଷ ଧରି ନିଜ ଅଞ୍ଚଳର ସେବା କଲା ପରେ ଚିକିତ୍ସା କ୍ଷେତ୍ରକୁ ଆହୁରି ବ୍ୟାପକ କରି ପଦ୍ମପୁରକୁ ଆସି କଲେଜ ରୋଡସ୍ଥିତଥିବା ନିଜ ବାସଭବନରେ ଉମା ମେଡ଼ିକାଲ ଷ୍ଟୋର ସ୍ଥାପନ କରି ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ। ଏହି କିଛି ମାସ ପୂର୍ବରୁ ତାଙ୍କ କନ୍ୟାଦ୍ବୟ ସୁମନ ଓ ସୁପ୍ରଭାଙ୍କୁ ବିବାହ ଦେଇଥିଲେ।

ସେ ତାଙ୍କ ଅନ୍ତେ ଦୁଇ ଝିଅ ସୁମନ ଓ ସୁପ୍ରଭା ସହିତ ପୁତ୍ର ଶୁଭେନ୍ଦୁ (ବୁଲୁ) କୁ ଛାଡ଼ି ଯାଇଛନ୍ତି । ତାଙ୍କ ଅକାଳ ବିୟୋଗରେ ପଦ୍ମପୁର ଓ ଡୁଙ୍ଗୁଲିପାଲି ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ତାଙ୍କ ମର ଶରୀରକୁ ଜନ୍ମମାଟି ଡୁଙ୍ଗୁରିପାଲି (ପଲସଦା) କୁ ଅଣାଯାଇ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

error: Content is protected !!