Saturday, March 7, 2026
Homeଅଘଟଣପରଲୋକରେ ବରିଷ୍ଠ ସାମ୍ୱାଦିକ ରମେଶ ବାରିକ । 

ପରଲୋକରେ ବରିଷ୍ଠ ସାମ୍ୱାଦିକ ରମେଶ ବାରିକ । 

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବରିଷ୍ଠ ତଥା ଅଭିଜ୍ଞ ସାମ୍ୱାଦିକ ରମେଶ ଚନ୍ଦ୍ର ବାରିକଙ୍କ ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି l ଝାରବନ୍ଧ ତଥା ଆଖପାଖ ଅଞ୍ଚଳରେ ନିର୍ଭିକ ଭାବରେ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଖବର ପରିବେଷଣ କରୁଥିଲେ l ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଦୀର୍ଘ ତିରିଶି ବର୍ଷର ଅଭିଜ୍ଞତା ରହିଥିଲା l

ସ୍ବର୍ଗତ ବାରିକ ଅଞ୍ଚଳର ଜଣେ ବେଶ ଜଣାଶୁଣା ବ୍ୟକ୍ତି ଥିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ରହୁଥିବାରୁ ବେଶ ଲୋକସମ୍ପର୍କ କରିପାରିଥିଲେ । ଏହି ଲୋକସମ୍ପର୍କ ପାଇଁ ୧୯୯୪ ମସିହାରେ ଝାରବନ୍ଧ କୃଷି ସମବାୟ ସମିତିର ସଭାପତି ଏବଂ ୧୯୯୬ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଝାରବନ୍ଧ ସରପଞ୍ଚ ଭାବରେ କାର୍ଯ୍ଯ ନିର୍ବାହ କରି ଝାରବନ୍ଧରେ ଅନେକ ଉନ୍ନତ ମୂଳକ କାର୍ଯ୍ୟ କରିଛନ୍ତି ।

ତାଙ୍କ ଅକାଳ ବିୟୋଗ ଖବର ପାଇ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ବିଶେଷ,ବିଭିନ୍ନ ସଂଗଠନ, ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘର ସଦସ୍ଯ ମାନେ ଶୋକବ୍ୟକ୍ତ କରିବା ସହ ଶେଷ ଦର୍ଶନ କରିଥିଲେ । ସେ ତାଙ୍କ ଅନ୍ତେ ପତ୍ନୀଙ୍କ ସହ ଦୁଇ ଝିଅ ସୁନୟନl ଓ ଗ୍ଲୋରିଙ୍କୁ ଛାଡି ଚାଲିଯାଇଛନ୍ତି l ସ୍ଥାନୀୟ ସ୍ମଶାନରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଥିଲା । ତାଙ୍କ ପୁତୁରା ଆଶିଷ ବାରିକ ମୁଖାଗ୍ନି ଦେଇଥିଲେ ।

error: Content is protected !!