Saturday, March 7, 2026
Homeଅଘଟଣପରଲୋକରେ ଜାତୀୟ ପୁରସ୍କାର ପ୍ରାପ୍ତ ବାନ୍ଧଶିଳ୍ପୀ ମୁରଲୀ ମେହେର ।

ପରଲୋକରେ ଜାତୀୟ ପୁରସ୍କାର ପ୍ରାପ୍ତ ବାନ୍ଧଶିଳ୍ପୀ ମୁରଲୀ ମେହେର ।

ବରଗଡ଼-ବରଗଡ଼ ଜିଲ୍ଳା ଭେଡେନ ଥାନା ଝିଲିମିଣ୍ଡା କପାବାରି ଗ୍ରାମର ଜାତୀୟ ପୁରସ୍କାର ପ୍ରାପ୍ତ ବାନ୍ଧ ଶିଳ୍ପୀ ମୁରଲୀ ମେହେର ଙ୍କ ଶନିବାର ରାତିରେ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହେଉଥିଲା। ସେ ବାନ୍ଧ କାମ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେବେଗୌଡା ଏବଂ ବର୍ତ୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସୁରଜ କୁଣ୍ଡ ମେଳା ରେ ସେ କଲାନିଧି ସମ୍ମାନ ରେ ସମ୍ମାନିତ ହୋଇଥିଲେ। ଭାରତ ଗୌରବ, ଭାରତ ଜ୍ୟୋତି ସମ୍ମାନ ରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ। କିଛି ଦିନ ଆଗରୁ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବରଗଡ଼ ର ଏକ ଘରୋଇ ଡାକ୍ତରଖାନା ଏବଂ ସେଠାରୁ ବୁର୍ଲା ସରକାରୀ ଡାକ୍ତରଖାନା କୁ ନିଆଯାଇଥିଲା। ସେ ତାଙ୍କ ପଛରେ ଦୁଇ ପୁଅ ବିଚିତ୍ର, ଶେଷଦେବ ଏବଂ ଝିଅ ଶ୍ରଦ୍ଧାଞ୍ଜଳି ଓ ପରିବାର ବର୍ଗଙ୍କୁ ଛାଡ଼ି ଯାଇଛନ୍ତି।

error: Content is protected !!