Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ।

ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ।

ବିଜେପୁର-ବରଗଡ ଜିଲ୍ଲା ବିଜେପୁର ବ୍ଲକ ପଡ଼ା ଗ୍ରାମରେ ପରବାସୀ କୁଟୁମ୍ ର ୧୦ମ ନୂଆଁଖାଇ ଭେଟଘାଟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି, ସାହିତ୍ୟିକ, ବୁଦ୍ଧିଜିବୀ ପ୍ରମୁଖ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ। ଗ୍ରାମ୍ୟ ଦେବୀ ଓ ମାଁ ସମଲେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ଭେଟଘାଟ ସଭା ଆରମ୍ଭ ହୋଇଥିଲା । ପରିଷଦର ସଭାପତି କପିଲେଶ୍ୱର ଖମାରୀଙ୍କ ପୌରୋହିତ୍ୟର ଆୟୋଜିତ ସଭାରେ ସମ୍ପାଦକ ସଚ୍ଚିଦାନନ୍ଦ ପଧାନ ଓ ଉପଦେଷ୍ଟା ନାଟ୍ୟକାର ମୋହନ ସିଂହ କହ୍ନେଇ ମଞ୍ଚାସିନ ଥିଲେ । ଆଲୋଚକ ଭାବରେ ବଲାଙ୍ଗୀର କୋଶଳ ପ୍ରବାହର ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ “ସମ୍ବଲପୁରୀ କୋଶଲି ଭାଷାର ଗତି ଓ ସ୍ଥିତି” ଏବଂଆଇଆଇଏମ୍ ପ୍ରଫେସର ସୁଜିତ କୁମାର ପୃଷେଠ “ହଜି ବସୂଥିବାର ସଂସ୍କୃତି ଓ ଆମେ” ଶୀର୍ଷକରେ ଆଲୋଚନା କରିଥିଲେ ।

ବରଗଡର ସାହିତ୍ୟିକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ପରବାସୀ ସାହିତ୍ୟ ସମ୍ମାନ, ବଲାଙ୍ଗୀରର କଳାକାର ନିଶାର ଅହମ୍ମଦଙ୍କୁ ସଂସ୍କୃତି ସମ୍ମାନ ଓ କଳାହାଣ୍ଡିର ଯୁବ ଗବେଷକ ରଜତରାଜ ପାଣିଗ୍ରାହୀଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ପଡ଼ା ଗ୍ରାମର ସମାଜସେବୀ ଆନନ୍ଦ ଚନ୍ଦ୍ର ମେହେର, କଳାକାର ମୀନକେତନ ମେହେରଙ୍କୁ ସମ୍ବର୍ଦ୍ଧନା ଓ ଦିବଂଗତ ଶିକ୍ଷବିତ ରାଘୁବୀର ଦେବତାଙ୍କୁ ମରଣତ୍ତର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉମାକାନ୍ତ ଭୋଇଙ୍କ ପ୍ରବନ୍ଧ ପୁସ୍ତକ ହୀରାକୁଦ ବନ୍ଧା ଓ ଓଜସ୍ଵିନି ମାହାରଙ୍କ ଉପନ୍ୟାସ ଜବାବ ଉନ୍ମୋଚିତ ହୋଇଥିଲା ।ସାହିତ୍ୟିକ ଗୌରିଦାଶ ଓ ପଧାନ, ତେଜରୁ ବାରିକ, ଅଧ୍ୟାପକ ଜୟଦେବ ସାହୁ, ସୁକୁମାର ଭୋଇ, ଗୌରଚରଣ ପଧାନ, ଡ.ସୁବାସ ମେହେରଙ୍କ ସମେତ ବହୁ ସାହିତ୍ୟିକ ମାନେ ଯୋଗଦାନ କରିଥିଲେ ।

ଏହାପରେ କବୟିତ୍ରୀ ସଂଗୀତା ପଣ୍ଡା ଷଡ଼ଙ୍ଗୀ ଓ କବି ରଞ୍ଜିତ ପାଧାନ ଙ୍କ ଅଧ୍ୟକ୍ଷତାରେ ଦୁଇ ପୃଥକ୍ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କବି ସଚ୍ଚିଦାନନ୍ଦ ପଣ୍ଡା, ନୀତିଶ ଆଚାର୍ଯ୍ୟ, ଅଧିକାରୀ ସା, ଗୁଣ ସାଗର ସାହୁ, ହରିଲାଲ ସାହୁ, ରାମପ୍ରସାଦ ବାଗ,ମୁନିରାମ କୁମ୍ଭାର, ମନୋରଞ୍ଜନ ଲୁହା, ଭରତ ନାୟକଙ୍କ ସମେତ ବହୁ ସଂଖ୍ୟାରେ କବିମାନେ କବିତା ଆବୃତ୍ତି କରିଥିଲେ। ଅଧ୍ୟାପକ ସୁଶାନ୍ତ ମିଶ୍ର, ଉମାକାନ୍ତ ଭୋଇ, ମନୀଷ ମହାପାତ୍ର, ଶେଷଦେବ ମେହେର, ମାନିନୀ ମେହେର, ଆରତୀ ସାହୁ, ଓଜଶ୍ଵିନୀ ମାହାର ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରବାସୀ କୁଟୁମ ଓ ପଡ଼ା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟ୍ୟକାର ସୁବାସ ପଧାନ ଙ୍କ ରଚିତ ନିର୍ଦ୍ଦେଶିତ ନାଟକ ଲାଲ ପାଏନକୁ ମିରର ଥିଏଟର ବେଲପାହାଡ଼ର କଳାକାର ମାନେ ପରିବେଷଣ କରିଥିଲେ।

error: Content is protected !!