ବଲାଙ୍ଗୀର-ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ତେଲସରାଇ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ପରକ୍ରିୟା ପ୍ରୀତି ସନ୍ଦେହରେ ଶାଶୁ ଓ ସ୍ତ୍ରୀ କୁ ମରଣାନ୍ତକ ଆକ୍ରମଣ କରି ସ୍ବାମୀ ଗିରଫ। ଘଟଣାନୁଯାଇ ତେଳସରାଇ ଗ୍ରାମର ନିଲୁ ଅଦା (୨୬) ପ୍ରାୟ ୫ ବର୍ଷ ତଳେ ନିଜ ଗାଁର ସାଗରିକା ବାଗ ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠି ବିବାହ ହୋଇ ବହୁ ହସଖୁସିରେ ଚଳୁଥିଲେ। ହେଲେ ପରେ ପରେ ସ୍ବାମୀ ନିଲୁ ନିଜ ସ୍ତ୍ରୀ ଉପରେ ପରକିୟା ପ୍ରୀତି ସନ୍ଦେହ କରି ବିଭିନ୍ନ ସମୟରେ ମଦ ପିଇ ଘରକୁ ଆସି ମାରପିଟ୍ କରୁଥିବା ଅଭିଯୋଗ ହୋଇଥିବାବେଳେ ସ୍ତ୍ରୀ ସାଗରିକା ମଧ୍ୟ ସ୍ବାମୀ ର ଏପରି କାରୁକାର୍ଯ୍ୟ ଯୋଗୁଁ ନିଜ ସ୍ବାମୀ ଉପରେ ପରକିୟା ପ୍ରୀତି ସନ୍ଦେହ କରୁଥିଲେ।
ପରେ ଘଟଣା ସିନ୍ଧେକେଲା ଥାନା କୁ ପହଞ୍ଚିଥିଲା। ସିନ୍ଧେକେଲା ପୋଲିସ ବୁଝାସୁଝା କରି ଶେଷରେ ଏକ ମାମଲା ରୁଜୁ କରି ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ନୋଟିସ ଦେଇ ଛାଡ଼ି ଦେଇଥିଲା । ତେବେ ସ୍ତ୍ରୀ ତା ବାପଘର ସିନ୍ଧେକେଲା ନୁଆ ବଜାର ନିକଟ ଘରେ ଥିବାବେଳେ ସ୍ବାମୀ ତା ନିଜ ଗାଁ ତେଳସରାଇ ରେ ଥିଲା । ହେଲେ ବୁଧବାର ସକାଳୁ ସକାଳୁ ଶାଶୁ ଘରକୁ ଆସି ନିଜ ସ୍ତ୍ରୀ ଓ ଶାଶୂ ଙ୍କୁ ମାରଣାସ୍ତ୍ର ଯୋଗେ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ଶାଶୁ ଓ ସ୍ତ୍ରୀ ସିନ୍ଧେକେଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ଭବାନୀପାଟଣା ରେ ଚିକିତ୍ସିତ ହେଉଥିବା ଖବର ମିଳିଛି। ଏହି ଘଟଣାକୁ ନେଇ ସିନ୍ଧେକେଲା ପୋଲିସ ଥାନା କେସ ନମ୍ବର ୧୪୪/୨୪ ରୁଜୁ କରି ସ୍ବାମୀ ନିଲୁ ଅଦା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସିନ୍ଧେକେଲା ଆଇଆଇସି ବସନ୍ତ ଦଲାଇଙ୍କ ଠାରୁ ସୁଚନା ମିଳିଛି।