Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପବିତ୍ର ହନୁମାନ ଜୟନ୍ତୀ ପାଇଁ ରାମ ,ଲକ୍ଷ୍ମଣ ଓ ହନୁମାନ ବରଣ ।

ପବିତ୍ର ହନୁମାନ ଜୟନ୍ତୀ ପାଇଁ ରାମ ,ଲକ୍ଷ୍ମଣ ଓ ହନୁମାନ ବରଣ ।

ପାଇକମାଲ-ପାଇକମାଲ ବ୍ଳକ ଛିନ୍ଦେଇକେଲାରେ ହେବାକୁଥିବା ପବିତ୍ର ହନୁମାନ ଜୟନ୍ତୀ ୨୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଛିନ୍ଦେଇକେଲା ବଜାର ପଡ଼ା ଦ୍ଵାରା ରାମଲୀଳା କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ରାମ ଭୂମିକାରେ ମନୋଜ କୁମାର ସାହୁ ଲକ୍ଷ୍ମଣ ଭୂମିକାରେ ଆଶିଷ ରଣା ହନୁମାନ ଭୂମିକାରେ ସୁବାସ ପାଢ଼ିଙ୍କୁ ବିଧିବିଧାନ ତଥା କୀର୍ତ୍ତନ ଦ୍ଵାରା ବରଣ କରାଯାଇଥିଲା।

ବଜରଙ୍ଗବଳୀ କମିଟିର ସଂପାଦକ ନିରଞ୍ଜନ ମାଝୀଙ୍କ ଦ୍ଵାରା କାର୍ଯକ୍ରମ ପ୍ରାରମ୍ଭ କରାଯାଇଥିଲା।ଏହି ଅବସରରେ ସଂଘର ଉପଦେଷ୍ଟା ଅର୍ଜୁନ ଅଦାବର, ସନ୍ତୋଷ ସାହୁ କାମେଶ୍ୱର ମାଝୀ, ଅମୃତଲାଲ ଭୋଇ ,ଶ୍ରଦ୍ଧାକର ଭୋଇ,ପ୍ରଶାନ୍ତ ରଣା ,ପତିତପାବନ ସାହୁ ତଥା ମା ଭଉଣୀମାନେ ଉପସ୍ଥିତ ଥିଲେ।ଶେଷରେ ସଂଘ ସଭାପତି ବେଣୁଧର ବରିହା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

error: Content is protected !!