ଗାଇସିଲେଟ-ଚଳିତ ସପ୍ତାହରେ ଗ୍ରୀଷ୍ମ ପ୍ରକୋପ ପ୍ରଚଣ୍ଡ ମାତ୍ରାରେ ଅନୁଭୁତ ହେଉଛି । ଯାହା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଲୋକେ ତ୍ରାହି ତ୍ରାହି ଭଜୁଛନ୍ତି । ତେବେ ପ୍ରଚଣ୍ଡ ତାତିରୁ ସାମାନ୍ୟ ତୃପ୍ତି ପାଇବା ପାଇଁ ବରଗଡ଼ ଜିଲ୍ଲା ଗାଇସିଲେଟ ବସଷ୍ଟାଣ୍ଡ ଠାରେ ପବିତ୍ର ଶ୍ରୀରାମ ନବମୀ ଅବସରରେ ୟୁଥ କ୍ଲବ ତରଫରୁ ଆଜି ଦହି ପାଣି ବଣ୍ଟନ କରାଯାଇଛି । ଏଥିରେ ହଜାର ସଂଖ୍ୟାରେ ଲୋକେ ଦହି ପାଣି ପିଇ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି । କ୍ଲବର କର୍ମକର୍ତ୍ତା ମାନେ ରାସ୍ତାରେ ଯାଉଥିବା ବାଟୋଇ ମାନଙ୍କୁ ଦହି ପାଣି ଦେବା ସହିତ ବୁଲି ବୁଲି ମଧ୍ୟ ବେପାରୀ ମାନଙ୍କୁ ମଧ୍ୟ ଦହି ପାଣି ଦେଇଥିଲେ ।

ସଭାପତି ରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଡ.ସୁନିଲ ପଣ୍ଡା,ବିଡିଓ ଲକ୍ଷ୍ମଣ ମାଝି,ଥାନାଧିକାରୀ ହରିଶଙ୍କର ଭୋଇ,ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଉପସଭାପତି ତ୍ରିବିକ୍ରମ ପୁରୋହିତ,ସହସମ୍ପାଦକ ସୋନୁ ପଣ୍ଡା, କୋଷାଧକ୍ଷ ଅମରେଶ ପୁରୋହିତ, ଗଣେଶ ପଣ୍ଡା, ଗିରୀଶ ପଣ୍ଡା, ସୂରଜ ତ୍ରିବେଦୀ, ଆକାଶ ପାଣିଗ୍ରାହୀ, ଶିବୁଲୁ ଦାଶ, ଜୀତ ପଣ୍ଡା, ଶୋଭନ ପଣ୍ଡା,ନରେଶ ପାଣିଗ୍ରାହୀ ଆଦି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ତେବେ ୟୁଥ୍ କ୍ଲବର ଏଭଳି ମହତ କାମ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


