ପଦ୍ମପୁର-ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳର ବାର୍ଷିକ ଉତ୍ସବ ଶନିବାର ଓ ରବିବାର ଦୁଇ ଦିନ ମହାସମାରୋହରେ ଅଶୋକ ପଡିଆ ଠାରେ ଅନୁଷ୍ଠିତ ହୋଇଛି । ରବିବାର ଦ୍ଵିତୀୟ ଦିନ ମୁଖ୍ୟ ଅତିଥି ଭାବେ Dr. Sesha Kisan Pharma କମ୍ପାନୀର CEO, Senior Chemical Scientist, Germany ଡଃ. ଶେଷ କିଶାନ ଯୋଗଦାନ ଦେଇଥିଲେ । ବିଦ୍ୟାଳୟର ମୁଖ୍ୟ ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରଥ, ସଚିବ ଶ୍ରୀଯୁକ୍ତ ପବନ ଅଗ୍ରୱାଲ, ପୂର୍ବତନ ସଭାପତି ମହମ୍ମଦ ଜାବେଦ, CBSE ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା, CHSE ଅଧ୍ୟକ୍ଷ ଶ୍ରୀଯୁକ୍ତ ଚତୁର୍ଭୁଜ ପ୍ରଧାନ ଓ ଜୁନିୟର ବିଭାଗର ପ୍ରମୁଖ ଶ୍ରୀମତୀ ଶୋଭନା ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜର ମତ ଉପସ୍ଥାପନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ କିଶାନ ନିଜର ସଂଘର୍ଷମୟ ଜୀବନ ସମ୍ପର୍କରେ ଜଣାଇବା ସହ ସେ କିପରି ଶିକ୍ଷା ଓ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବସିଙ୍ଗା ରୁ ଜର୍ମାନୀ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ସେ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକର୍ମରେ ୨୦୨୨-୨୩ ଶିକ୍ଷାବର୍ଷର ଦଶମ ଶ୍ରେଣୀରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ରାଜୁ ମେହେର ଓ ଦ୍ଵାଦଶ ଶ୍ରେଣୀରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଆୟୁଷ ଅଗ୍ରୱାଲ ଙ୍କୁ ସୁନ୍ଦରଗଡ ଜିଲ୍ଲାର ଦର୍ଲିପାଳି ନିବାସୀ ଶ୍ରୀଯୁକ୍ତ ସଞ୍ଜୟ ପାଣ୍ଡେ ଏବଂ ଶ୍ରୀଯୁକ୍ତ ସୂରଜ ପଟେଲ ଟ. ୧୧୦୦୦/- ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ । ସ୍ଥାନୀୟ କ୍ରୀଡା ଶିକ୍ଷକ ମାନଙ୍କୁ ସମ୍ମାନିତ କରଯାଇଥିଲା । ଡଃ. ଶଙ୍କର ରାମଚନ୍ଦାନି ଏବଂ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସନ୍ତୋଷ ବେହେରାଙ୍କ ଦ୍ଵାରା ମଞ୍ଚ ପରିଚାଳନା କରାଯାଇଥିଲା । ସଭାକାର୍ଯ୍ୟ ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ, ନାଟକ ଇତ୍ୟାଦି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ସମେତ ବହୁ ଅଭିଭାବକ ଏଥିରେ ଉପସ୍ଥିତ ଥିଲେ । ଶେଷରେ ଶ୍ରୀମତୀ ଶୋଭନା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।