Saturday, March 7, 2026
Homeରାଜନୀତିପଦ୍ମପୁର ବିଧାନସଭା ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଳିକା:ପାଂଚଜଣ ଦଳୀୟ ଏବଂ ଦୁଇଜଣ ସ୍ୱାଧିନ...

ପଦ୍ମପୁର ବିଧାନସଭା ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଳିକା:ପାଂଚଜଣ ଦଳୀୟ ଏବଂ ଦୁଇଜଣ ସ୍ୱାଧିନ ପ୍ରାର୍ଥୀ ।

ପଦ୍ମପୁର- ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରକାଶ ପାଇଲା ପଦ୍ମପୁର ବିଧାନସଭା କ୍ଷେତ୍ରର ଚୂଡାନ୍ତ ପ୍ରାର୍ଥୀ ତାଳିକା । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଦ୍ମପୁର ବିଧାନସଭା ପାଇଁ ସାତ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ଭାବରେ ପ୍ରକାଶ ପାଇଛି । ସେମାନେ ହେଲେ ବିଜୁ ଜନତା ଦଳର ବର୍ଷା ସିଂ ବରିହା, ଭାରତୀୟ ଜାତୀୟ କଂଗ୍ରେସର ଟଙ୍କଧର ସାହୁ, ଭାରତୀୟ ଜନତା ପାର୍ଟିର ଗୋବଦ୍ଧନ ଭୋଏ,ଆମ ଆଦମୀ ପାର୍ଟିର ବାଲ୍ମୀକି ନାୟକ, ବହୁଜନ ସମାଜ ପାର୍ଟିର ରୂପଧର କୁମ୍ଭାର ଏବଂ ଦୁଇ ଜଣ ସ୍ୱାଧିନ ପ୍ରାର୍ଥୀ ଗଙ୍ଗାଧର ସାହା ଓ ରେବତୀ ଗିରିଙ୍କ ପ୍ରର୍ଥୀ ପତ୍ର କାୟମ ରହିଛି । ଚଳିତ ଥର ନିର୍ବାଚନ ରଣାଙ୍ଗନାରେ ମଇଦାନକୁ ଏହି ସାତ ଜଣ ପ୍ରାର୍ଥୀ ଓହ୍ଲାଇଛନ୍ତି । ଆଗାମୀ ମଇ ୨୦ ତାରିଖ ଦିନ ମତଦାନ ହେବ ଓ ଜୁନ ୪ ତାରିଖ ଦିନ ଫଳାଫଳ ଘୋଷଣା ହେବ ।

error: Content is protected !!