Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା ।

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା ।

ପଦ୍ମପୁର- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀ ଚୂଡାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଉଚ୍ଚ ମାର୍କା ରଖିଥିବା ଚାରିଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ପୂର୍ବତନ ବ୍ଳକ ଶିକ୍ଷା ଅଧିକାରୀ ତ୍ରିବିକ୍ରମ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ଛାତ୍ରୀ ମାନଙ୍କ ମନୋବଳ ବଢାଇଥିଲେ। ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଆସନ୍ତା ବର୍ଷ କିଭଳି ଭାବରେ ପରୀକ୍ଷାଫଳରେ ଉନ୍ନତି କରାଯିବା, କି କି ପଦକ୍ଷେପ ନିଆଯିବ ତା ଉପରେ ଆଲୋକପାତ କରିଥିଲେ ।

ଆସନ୍ତା ବର୍ଷ ପାଇଁ ପନ୍ଦର ଜଣ ଛାତ୍ରୀଙ୍କୁ ବିଦ୍ୟାଳୟସ୍ତରୀୟ ଉଜ୍ଜଳ ତାରକା ରୂପରେ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ସ୍ତରରେ ଗତ ୨୨ ତାରିଖରୁ ଚାଲି ଆସୁଥିବା ଗ୍ରୀଷ୍ମ ଶିବିରର ଆଜି ଉଦଯାପନୀ ଦିବସ ଥିଲା। ଏହି ଶିବିରକୁ ଆସୁଥିବା ପିଲାମାନଙ୍କୁ ଗୋଟିଏ ମୋମେଣ୍ଟୋ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ପ୍ରଦାନ କରାଯାଇଥିଲା ।ପିରାମଲ ପାଉଣ୍ଡେସନ ଦ୍ଵାରା ଗ୍ରୀଷ୍ଣ ଶିବିରର ସୁପରିଚାଳନା କରୁଥିବା ସାଧାନ କର୍ମୀ ପ୍ରଜ୍ଜଳ ବିନାୟତ ଓ କୁମାରୀ ପୁନମ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଶିବିରରେ ନିଃସ୍ୱାର୍ଥପର ଭାବରେ ସେବା ଯୋଗାଇଥିବା ଯୋଗୁଁ ଶ୍ରୀ ବିଦେଶୀ ସାହୁ, ବର୍ଷାରାଣୀ ସିଂ ଓ ପୂଜା ବହିଦାରଙ୍କୁ ସମ୍ବର୍ଦ୍ଧିତ କରାଗଲା। ଶିବିରରେ ସମସ୍ତ ସହାୟତା ଯୋଗାଇଦେଇଥିବା ଯୋଗୁଁ ଜ୍ୟୋତ୍ସ୍ନାରାଣୀ ସାହୁ,ଖୁସବୁ ବରିହା, ଦଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ଅର୍ପଣ କରାଗଲା। ପରିଶେଷରେ ରେ ଦୀର୍ଘ ୨୩ ବର୍ଷ ଏହି ବିଦ୍ୟାଳୟ ରେ ସେବା ଦେଲା ପରେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ ଆଜି ସେବା ନିବୃତ୍ତ ହେଲେ। ତାଙ୍କ ସମ୍ମାନର୍ଥେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଥିଲ।

ଏହି ସଭାରେ ଭୋଇ ସାର ଙ୍କର ଅବସରୋତ୍ତର ଜୀବନ ନିରାମୟ ଓ ଆନନ୍ଦମୟ ହେଇ ବୋଲି ଆଶା ପୋଷଣ କରା ଗଲା। ଏହି ସଭାରେ ସମସ୍ତ ଅତିଥି ସମେତ ବିଦ୍ୟାଳୟ ରୁ ଅବସର ନେଇଥିବା ଶିକ୍ଷକ ଜୀବନାନନ୍ଦ ସାହୁ ତଥା ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ପୂଜା ରାଣୀ ନାୟକ, ସଂଯୁକ୍ତା ଭୋଇ, ବୃନ୍ଦାବତୀ ସାହୁ, ଜ୍ୟୋତିରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ନୀଳିମା ରାଣୀ ମହାନ୍ତି ଓ ସୁଷମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!